ଓଡ଼ିଶାଲାଇଭ୍ ବ୍ୟୁରୋ

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ଵରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପୁଣି ଆଇପିଏଲ୍ ଚାମ୍ପିଅନ୍ ହୋଇଛି।

ତୃତୀୟଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହୋଇଛି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗସ। ୩୬ବର୍ଷୀୟ ମାହିଙ୍କ ନେତୃତ୍ଵରେ ଚେନ୍ନାଇ ସୁପର କିଙ୍ଗ୍ସ ୯ଥର ଆଇପିଲରେ ଖେଳି ୭ଥର ଫାଇନାଲକୁ ଯିବାରେ ସମର୍ଥ ହୋଇଛି। ବାକି ଦୁଇଥର ସେମିଫାଇନାଲ ଯାଇଥିଲା। ୭ଥର ଫାଇନାଲ ଯାଇ ୩ଥର ଚାମ୍ପିଅନ୍ ଓ ୪ଥର ରନର୍ସଅପ୍ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସା

ଗତ ରବିବାର ଦିନ ଧୋନି ଆଇପିଏଲର ୧୧ତମ ସଂସ୍କରଣ ଜିତିବା ପରେ ୭ମଥର ପାଇଁ କୌଣସି ଟି-ଟ୍ଵେଣ୍ଟି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ବିଶ୍ଵର ଏକମାତ୍ର ଅଧିନାୟକ ଭାବେ ଧୋନି ଏହି କୃତିତ୍ଵର ଅଧିକାରୀ ହୋଇପାରିଛନ୍ତି।

ଧୋନିଙ୍କ ୭ଥର ଟି-ଟ୍ଵେଣ୍ଟି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍

  • ଆଇପିଏଲ-୩ (୨୦୧୦, ୨୦୧୧, ୨୦୧୭)
  • ଚାମ୍ପିଅନ୍ସ ଲିଗ୍ ଟି-ଟ୍ଵେଣ୍ଟି-୨ଥର (୨୦୧୦, ୨୦୧୪)
  • ଟି-ଟ୍ଵେଣ୍ଟି ବିଶ୍ଵକପ୍- ଗୋଟିଏଥର (୨୦୦୭)
  • ଏସିଆ କପ୍ ଟି-ଟ୍ଵେଣ୍ଟି-ଗୋଟିଏଥର (୨୦୧୬)

ସଂଯୋଗ ୭ ନଂ

  • ୨୭ତାରିଖରେ ଚେନ୍ନାଇ ଆଇପିଏଲ ୧୧ତମ ସଂସ୍କରଣ ଜିତିଛି
  • ଧୋନିଙ୍କ ଜର୍ସି ନଂ ୭
  • ୭ମ ଥର ପାଇଁ ଚେନ୍ନାଇ ଫାଇନାଲରେ ପହଞ୍ଚିଥିଲା
  • ଧୋନିଙ୍କ ଅଧିନାୟିକତ୍ଵରେ ଏହା ୭ମଥର ପାଇଁ ଟୁର୍ଣ୍ଣାମେଣ୍ଟ
  • ଚେନ୍ନାଇ ୭ବର୍ଷ ପରେ ଆଇପିଏଲ ଚାମ୍ପିଅନ୍ ହୋଇଛି

ଧୋନୀଙ୍କ ଟୁର୍ଣ୍ଣାମେଣ୍ଟ ବିଜୟ ରେକର୍ଡ

  • ଟି-ଟ୍ଵେଣ୍ଟି ବିଶ୍ଵକପ୍ (୨୦୦୭)
  • ସିବି ସିରିଜ(୨୦୦୮)
  • କମବ୍ୟାକ୍ କପ୍(୨୦୦୯)
  • ଆଇପିଏଲ(୨୦୧୦)
  • ଏସିଆ କପ(୨୦୧୦)
  • ଚାମ୍ପିଅନ୍ସ ଲିଗ ଟି-୨୦(୨୦୧୦)
  • ବିଶ୍ଵକପ୍(୨୦୧୧)
  • ଆଇପିଏଲ(୨୦୧୧)
  • ଚାମ୍ପିଅନ୍ସ ଟ୍ରଫି(୨୦୧୩)
  • ସେଲକନ୍ କପ(୨୦୧୩)
  • ଚାମ୍ପିଅନ୍ସ ଲିଗ୍ ଟ-୨୦(୨୦୧୪)
  • ଏସିଆ କପ୍ ଟି-୨୦(୨୦୧୬)
  • ଆଇପିଏଲ(୨୦୧୮)

 

LEAVE A REPLY

Please enter your comment!
Please enter your name here