ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟର ‘କ୍ୟାପ୍ଟେନ କୁଲ’ ଭାବେ ବେଶ ଜଣାଶୁଣା ମହେନ୍ଦ୍ର ସିଂହ ଧୋନୀ। ଭାରତୀୟ ଟିମର ସବୁଠାରୁ ସଫଳ ଅଧିନାୟକ ସେ। 

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ୩୯ତମ ଜନ୍ମଦିନ। ଏହି ଅବସରରେ ମାହିଙ୍କ ବିଷୟରେ କିଛି କଥା ଜାଣିବା…

ଜୁଲାଇ ୭, ୧୯୮୧ ମସିହାରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ କରିଥିଲେ ଧୋନୀ। ଧୋନୀଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲ୍‌ରେ ରୁଚି ରଖୁଥିବା ଧୋନୀ ଆଜି ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଶାନ୍ତ-ସରଳ ସ୍ୱଭାବର ଧୋନୀଙ୍କ ‘ହେଲିକ୍ୟାପ୍ଟର ସଟ’ ମାଧ୍ୟମରେ କିଣି ନେଇଛନ୍ତି ଭାରତୀୟଙ୍କ ହୃଦୟ।

ଧୋନିଙ୍କ ବିଷୟରେ ଅଜଣା କଥା…

  • ଧୋନୀଙ୍କ ପୈତୃକ ଗାଁ ଉତ୍ତରାଖଣ୍ଡ ଲାୱଲି। ପିତାଙ୍କ ଚାକିରି ଯୋଗୁଁ ସେମାନ ରାଞ୍ଚିରେ ରହିଯାଇଥିଲେ।
  • ଧୋନୀଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତି ଅଛନ୍ତି।
  • ଧୋନୀ ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଛୋଟବେଳେ ପାଠ ପଢ଼ୁଥିଲେ।
  • ମାହିଙ୍କୁ ଛୋଟବେଳୁ ବ୍ୟାଡମିଣ୍ଟନ ଓ ଫୁଟବଲରେ ଅଧିକ ରୁଚି ଥିଲା। ମାହି ଫୁଟବଲ ଟିମର ଗୋଲକିପର ଥିଲେ।
  • ଧୋନୀଙ୍କୁ କ୍ରିକେଟ ଖେଳିବା ଲାଗି ତାଙ୍କ ସ୍କୁଲ କୋଚ ଉତ୍ସାହିତ କରିଥିଲେ।
  • ତାଙ୍କର ୱିକେଟ କିପିଙ୍ଗ ସମସ୍ତଙ୍କୁ ପ୍ରଭାବିତ କଲା।
  • ୧୯୯୭ ରେ ନିଜ ସ୍କୁଲ ପକ୍ଷରୁ ଧୋନୀ ୨୩୧ରନ କରିଥିଲେ।
  • ୧୯୯୭-୯୮ରେ ଧୋନୀଙ୍କୁ ୧୬ ବର୍ଷରୁ କମ ଦଳରେ ପରିଚୟ ମିଳିଥିଲା।
  • ୨୦୦୪ରେ ତାଙ୍କୁ କେନିୟା ଗସ୍ତରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଲା
  • ୨୦୦୫ରେ ସେ ପାକିସ୍ତାନ ବିପକ୍ଷରେ ୧୪୮ ରନ କରିଥିଲେ।
  • ୨୦୦୫ରେ ହିଁ ଶ୍ରୀଲଙ୍କା ବିପକ୍ଷରେ ସେ ୧୮୩ ରନର ପାରି ଖେଳିଥିଲେ, ଯାହା ବ୍ୟକ୍ତିଗତ ଭାବେ ତାଙ୍କର ସବୁଠାରୁ ଅଧିକ ସ୍କୋର।
  • ୨୦୦୫ ଶେଷ ବେଳକୁ ଆଇସିସି ରାଙ୍କିଙ୍ଗରେ ଧୋନୀ ଏକ ନମ୍ବର ଥିଲେ।
  • ୨୦୦୭ ବିଶ୍ଵକପରେ ଖରାପ ପ୍ରଦର୍ଶନ ଯୋଗୁଁ ସେ ଅନେକ ସମାଲୋଚନାର ଶିକାର ହୁଅନ୍ତି।
  • ୨୦୦୭ରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା।
  • ୨୦୦୮ରେ ଆଇସିସି ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାରରେ ସମ୍ମାନିତ କରିଥିଲା। ଏହି ସମ୍ମାନ ପାଇବାରେ ଧୋନୀ ପ୍ରଥମ ଭାରତୀୟ ଖେଳାଳି।
  • ୨୦୦୯ରେ ସେ ପାଇଲେ ପଦ୍ମଶ୍ରୀ ପୁରସ୍କାର।
  • ୨୦୧୧ରେ ଧୋନୀ ଭାରତକୁ ପାଇଁ ସେଇ ଗୌରବ ଆଣିଥିଲେ ଯାହା ପାଇଁ ଭାରତ ୨୮ ବର୍ଷ ଅପେକ୍ଷା କରିଥିଲା।
  • ୨୦୧୧ ବିଶ୍ୱକପରେ ତାଙ୍କର ହେଲିକପ୍ଟର ସର୍ଟରେ ବିଜୟ ଛକ୍କା କିଏ ବା ଭୁଲିପାରିବ।
  • ଏହା ପରେ ଟେଷ୍ଟ କ୍ରିକେଟରେ ଭାରତକୁ ଏକ ନମ୍ବର କରିଥିଲେ ଧୋନୀ।
  • ଆଇପିଏଲରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ଵ କରି ୩ଥର ଚାମ୍ପିଅନ୍ କରାଯାଇଛନ୍ତି।
  • ଧୋନୀଙ୍କ ଜୀବନୀ ଉପରେ ବଲିଉଡ ଫିଲ୍ମ ହୋଇଛି ‘ଏମ୍‌ଏସ୍‌ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’।
  • ଧୋନି ସାକ୍ଷୀଙ୍କୁ ବିବାହ କରିଛନ୍ତି, ତାଙ୍କର ଏକ ଝିଅ ଅଛି ‘ଜିଭା’।
  • ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀ ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ଅଧିନାୟକ ପଦ ବିରାଟ କୋହଲିଙ୍କୁ ଦେଲେ।

Comment