ଓଡିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ବିଶ୍ଵ କ୍ରିକେଟ୍‌ରେ ଏକ ଯୁଗର ଅବସାନ କରିଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ। ଭାରତୀୟ କ୍ରିକେଟ ଇତିହାସରେ ଅନେକ ରେକର୍ଡ ସୃଷ୍ଟି କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟର ଉପରେ ନଜର ପକାନ୍ତୁ।

ଜନ୍ମ ଏବଂ ସ୍କୁଲ ଶିକ୍ଷା

୧୯୮୧ ମସିହା ଜୁଲାଇ ୭ ତାରିଖରେ ଝାଡ଼ଖଣ୍ଡର ରାଞ୍ଚିଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ମାହି। ରାଞ୍ଚିର ଶ୍ୟାମଳିସ୍ଥିତ ଡିଏଭି ଜବାହାର ନବୋଦୟ ବିଦ୍ୟା ମନ୍ଦିରରେ ସ୍କୁଲଶିକ୍ଷା ଶେଷ କରିଥିଲେ। ଏହାପରେ ସ୍ପୋର୍ଟ୍ସ କୋଟାରେ ସେ ସେଣ୍ଟ ଜାଭିୟର କଲେଜରେ ପଢ଼ିବାର ସୁଯୋଗ ପାଇଥିଲେ। ଏହି କଲେଜ୍‌ରୁ ସେ ବାଣିଜ୍ୟରେ ସ୍ନାତକ ପାସ୍ କରିଥିଲେ।

ବ୍ୟାଡମିଣ୍ଟନ୍, ଫୁଟବଲରେ ରୁଚି

ଛାତ୍ର ଜୀବନରେ ବ୍ୟାଡମିଣ୍ଟନ୍ ଏବଂ ଫୁଟବଲ ଖେଳରେ ଧୋନୀଙ୍କ ରୁଚି ରହିଥିଲା। ଫୁଟବଲ ଗୋଲ ରକ୍ଷକଭାବେ ନିଜ ସ୍କୁଲ ତରଫରୁ ସେ ପ୍ରତିନିଧିତ୍ଵ କରୁଥିଲେ। ଫୁଟବଲ ଖେଳରେ ଗୋଲ ରକ୍ଷକଭାବେ ଭଲ ପ୍ରଦର୍ଶନ ପରେ କ୍ରିକେଟ ମ୍ୟାଚରେ ଓ୍ଵିକେଟ୍ ରକ୍ଷକ ହେବାକୁ କ୍ରୀଡ଼ା ଶିକ୍ଷକ କହିଥିଲେ। କ୍ରିକେଟ୍‌ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମାହି। ଏହାପରେ ଖେଳ ଶିକ୍ଷକ ତାଙ୍କୁ କ୍ରିକେଟ୍ ଖେଳିବା ପାଇଁ କହିଥିଲେ।କ୍ରିକେଟ୍ ଦୁନିଆରେ ପ୍ରବେଶ

୧୯୯୮ ମସିହାରେ ବିହାରର ଅଣ୍ଡର-୧୯ ଦଳରେ ସ୍ଥାନ ପାଇଥିଲେ ଧୋନୀ। ୧୯୯୯-୨୦୦୦ ମସିହା କ୍ରିକେଟ୍ ସିଜନରେ ମାତ୍ର ୧୮ ବର୍ଷ ବୟସରେ ବିହାର ରଣ୍‌ଜୀ ଟ୍ରଫିରେ ପଦାର୍ପଣ କରି ଘରୋଇ କ୍ରିକେଟ୍‌କୁ ଆସିଥିଲେ। ସେହି ସିଜନର ୫ଟି ମ୍ୟାଚ୍‌ରୁ ସେ ୨୮୩ ରନ୍ କରିଥିଲେ। ୨୦୦୦-୦୧ ସିଜନରେ ବେଙ୍ଗଲ ବିପକ୍ଷରେ ପ୍ରଥମ ରଣଜୀ ଶତକ ହାସଲ କରିଥିଲେ। ପରେ ଦେଓଧର ଟ୍ରଫି, ଦିଲିପ ଟ୍ରଫିରେ ଭଲ ଖେଳି ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ।

ଟିକେଟ୍‌ କଲେକ୍ଟର ଧୋନୀ

ଧୋନୀ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଖଡ଼ଗପୁର ଷ୍ଟେସନରେ ଟିକେଟ୍ କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସେ। କାର୍ଯ୍ୟ ମଧ୍ୟରେ ସେ ଏତେ ବ୍ୟସ୍ତ ରହୁଥିଲେ ଯେ ତାଙ୍କୁ ବସିବାକୁ ମଧ୍ୟ ସମୟ ମିଳୁନଥିଲା। ଏମିତିକି ରହିବାପାଇଁ ମଧ୍ୟ ସେ ହଇରାଣ ହୋଇଥିଲେ। ଜଣେ ସାଙ୍ଗ ସହ ଏକ ଛୋଟ ଘରେ ସେ ରହୁଥିଲେ।ଜାତୀୟ ଦଳରେ ଧୋନୀ

୨୦୦୪ ମସିହାରେ ଭାରତୀୟ ଜାତୀୟ କ୍ରିକେଟ୍ ଦଳରେ ବାଂଲାଦେଶ ବିପକ୍ଷରେ ନିଜର ଇଂନିସ୍ ଆରମ୍ଭ ଆରମ୍ଭ କରିଥିଲେ ଧୋନୀ। ୨୦୦୫ ମସିହାରେ ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୦୬ ମସିହା ବେଳକୁ ଧୋନୀଙ୍କ ବ୍ୟାଟିଂ ଆଭରେଜ୍ ଥିଲା ୫୩.୯୫ ପଏଣ୍ଟ, ଯାହାକି ସେହି ସମୟରେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ତୁଳନାରେ ଅଧିକ ଥିଲା।

କ୍ୟାପଟେନ୍ ଧୋନୀ

୨୦୦୭ ମସିହାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ହୋଇଥିଲେ ଧୋନୀ। ସେହି ବର୍ଷ ହିଁ ଧୋନୀ ନିଜର ମ୍ୟାଜିକ ଦେଖାଇବା ଆରମ୍ଭ କରିଥିଲେ। ତାଙ୍କ ଅଧିନାୟକତ୍ଵ ବଳରେ ୨୦୦୭ ମସିହାରେ ଟି-୨୦ ବିଶ୍ଵକପ୍ ହାତେଇଥିଲା ଭାରତ। ୨୦୦୮ରେ ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବେ ଅଷ୍ଟ୍ରେଲିଆରେ ସିବି ସିରିଜ୍ ଜିତାଇଥିଲେ ସେ। ୨୦୦୯ ମସିହାରେ ତାଙ୍କ ଅଧିନାୟକତ୍ଵରେ ଭାରତ ଶ୍ରେଷ୍ଠ ଟେଷ୍ଟ ଦଳର ମାନ୍ୟତା ପାଇଥିଲା।୨୦୧୦ରେ ଦୀର୍ଘ ୧୫ ବର୍ଷପରେ ଏସିଆ କପ୍ ହାତେଇଥିଲା ଭାରତ। ୨୦୧୧ ବର୍ଷଟି ସବୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଥିଲା ଖୁସିର ମୂହୁର୍ତ୍ତ। ୨୮ ବର୍ଷପରେ ଦ୍ଵିତୀୟଥର ପାଇଁ ଭାରତ ଜିତିଥିଲା ଦିନିକିଆ ବିଶ୍ଵକପ୍। ଧୋନୀ ୨୦୧୨ ମସିହାରେ ଭାରତୀୟ କ୍ରିକେକ୍ ଦଳର ଶ୍ରେଷ୍ଠ କ୍ୟାପଟେନ୍‌ଭାବେ ବିବେଚିତ ହୋଇଥିଲେ। ୨୦୧୨ରେ ସଫଳତମ କ୍ୟାପଟେନ୍‌ର ଆଖ୍ୟା ପାଇଥିଲେ ଧୋନୀ।

୨୦୧୩ରେ କ୍ରିକେଟ୍ ଇତିହାସରେ ପ୍ରଥମ କ୍ୟାପଟେନ୍ ଭାବେ ଆଇସିସି କପ୍ ହାତେଇବାରେ ସେ ସଫଳ ହୋଇଥିଲେ। ଏହାପରେ ୨୦୧୪ ମସିହାରେ ସେ ଟେଷ୍ଟ କ୍ରିକେଟ୍‌ର ଅଧିନାୟକ ପଦରୁ ଅବସର ନେଲେ। ୨୦୧୬ରେ କ୍ରିକେଟ୍‌ର ଦିନିକିଆ ଦଳ କ୍ୟାପଟେନ୍ ଆଧାରରେ ଦ୍ଵିତୀୟ ସ୍ଥାନରେ ରହିଥିଲେ ମାହି। ପରେ ୨୦୧୭ରେ କ୍ୟାପଟେନ୍ କୁଲ୍ ଅଧିନାୟକ ପଦରୁ ଅବସର ନେଇଥିଲେ।BGUକ୍ୟାରିଅର୍ ରନ୍ ରେକର୍ଡ

ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିଅର ଭିତରେ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଟେଷ୍ଟ ମ୍ୟାଟ୍‌ରେ ୪୮୭୬ ରନ୍ କରିଥିବା ବେଳେ ଟି-୨୦ ମ୍ୟାଚ୍‌ରୁ ୧୬୧୭ ରନ୍, ଦିନିକିଆ ମ୍ୟାଚ୍‌ରୁ ୧୦୭୭୩ ରନ୍ ଏବଂ ଆଇପିଏଲ୍‌ ମ୍ୟାଚ୍‌ରୁ ୪୪୩୨ ରନ୍ ସଂଗ୍ରହ କରିଛନ୍ତି।

Comment