ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆସି କେରଳରେ ପହଞ୍ଚିଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆସି କେରଳରେ ପହଞ୍ଚିଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ।

ଜୁନ୍‌ ୧ ତାରିଖରେ କେରଳରେ ମୌସୁମୀ ବାୟୁ ପହଞ୍ଚିବାର ଧାର୍ଯ୍ୟ ତାରିଖ ଥିବାବେଳେ ଏହାର ତିନିଦିନ ପୂର୍ବରୁ ଏହା ଛୁଇଁଛି। ମୌସୁମି ପ୍ରଥମେ କେରଳ ରାଜ୍ୟକୁ ଛୁଇଁବା ପରେ ଦେଢ଼ମାସ ମଧ୍ୟରେ ଅନ୍ୟ ରାଜ୍ୟକୁ ଛୁଇଁଥାଏ। ଏଥର ଦେଶରେ ମୌସୁମୀ ବାୟୁଜନିତ ବର୍ଷା ସ୍ୱାଭାବିକ ହେବ ବୋଲି ପୂର୍ବରୁ ଅନୁମାନ କରିଛି ପାଣିପାଗ ବିଭାଗ।

ମୌସୁମି ପ୍ରଭାବରେ ତାମିଲନାଡୁ ଓ ଲାକ୍ଷାଦୀପ ଉପକୂଳରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଓ କେରଳର ଅବଶିଷ୍ଠ ସ୍ଥାନରେ ବର୍ଷା ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜୁନ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାର ଅଧିକାଂଶ ସ୍ଥାନରେ ଜୁନ ଦ୍ଵିତୀୟ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ହେବା ନେଇ ଆକଳନ କରାଯାଉଛି।

Comment