ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ବାଡ଼ି ବଗିଚାରେ ସହଜରେ ମିଳିଯାଉଥିବା ବେଲକୁ ପଣା କରି ପିଇଲେ ଶରୀର ପାଇଁ ଏହା ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। 

ବେଲ ପଣା ପାଟିକୁ ଯେତେ ଟେଷ୍ଟି ପେଟପାଇଁ ସେତେ ଥଣ୍ଡା। ଗରମ ଦିନରେ ଖରାଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଣା ବା ସର୍ବତ ଆମେ ପିଇଥାଉ। ଏଥିମଧ୍ୟରୁ ବେଲ ପଣା ଅନ୍ୟତମ। ବେଲ ପଣା ଆମ ଶରୀର ଫୂର୍ତ୍ତି ରଖିଥାଏ। ଏହାସହ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦୂର କରିଥାଏ।

ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ପଣା ଓ ଏହାକୁ ପିଇଲେ କଣ ସବୁ ଫାଇଦା ମିଳିବ।

ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ:

ବେଲ ବଡ଼
ଚିନି ଚାମଚ
ଗୋଲମରିଚ ଗୁଣ୍ଡ-୧-୨ଚାମଚ
କଳା ଲୁଣ୧- ଚାମଚ

ପଣା ପ୍ରସ୍ତୁତ କରିବାର ବିଧି:

  • ବେଲକୁ ପ୍ରଥମେ ଭାଙ୍ଗି ଏହାର ରସ ଚାମଚରେ କାଢ଼ନ୍ତୁ
  • ଏବେ କୌଣସି ପାତ୍ରରେ କଢ଼ାଯାଇଥିବା ରସକୁ ଭଲଭାବରେ ଗୋଳାଇ ସେଥିରୁ ମଞ୍ଜି ବାହାର କରନ୍ତୁ
  • ଏଥିରେ ପାଣି ଡବଲ ପରିମାଣରେ ପକାଇ ଗୋଳାନ୍ତୁ
  • ଏହାପରେ ବେଲ ରସକୁ କୌଣସି ଛଣାରେ ଛାଣନ୍ତୁ
  • ଏବେ ଏହି ମିଶ୍ରଣରେ ଚିନି କିମ୍ବା ଗୁଡ଼ ପକାଇ ଘାଣ୍ଟନ୍ତୁ
  • ଏବେ ଏଥିରେ ଗୋଲମରିଚ ଗୁଣ୍ଡ ଏବଂ କଳା ଲୁଣ ମିଶାଇ ପିଅନ୍ତୁ

ବେଲପଣାର ଫାଇଦା

ଲିଭର ସମସ୍ୟା ଦୂର କରେ

ଲିଭରରେ ସମସ୍ୟା ଥିଲେ ବେଲ ପଣା ନିହାତି ପିଇବା ଆବଶ୍ୟକ। ଗୋଟିଏ ଗ୍ଲାସ ବେଲ ପଣାରେ ପ୍ରୋଟିନ, ଭିଟାମିନ ସି ଏବଂ ରାଇବୋଫ୍ଲୋବିନ ରହିଥାଏ। ତେଣୁ ଲିଭର ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟା

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ ବେଲ ପଣା। ପ୍ରତ୍ୟହ ଗୋଟିଏ ଗ୍ଲାସ ବେଲ ପଣା ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ପେଟ ଥଣ୍ଡା ରହିଥାଏ।

ଶରୀରକୁ ଶକ୍ତି ମିଳେ

ବେଲ ପଣାରେ କ୍ୟାଲୋରିଜ ରହିଥାଏ ଯାହାକି ଆମ ଶରୀରର ମେଟାବୋଲିଜିମ୍‌କୁ ବୁଷ୍ଟ କରିଥାଏ। କେବଳ ଏହା ନୁହେଁ, ଏଥିରେ ପ୍ରୋଟିନ ମଧ୍ୟ ରହିଥାଏ, ଯାହା କି ଆମ ଶରୀର ଆଳସ୍ୟକୁ ଦୂର କରି ଏନର୍ଜି ବଢ଼ାଇବାରେ ସହାୟକ ହୋଇଥାଏ।

ରକ୍ତ ସଫା କରିବାରେ ସାହାଯ୍ୟ କରେ

ବେଲ ପଣାରେ ଚିନି କିମ୍ବା ଗୁଡ଼ ମିଶାଇକରି ପିଇଲେ ରକ୍ତ ସଫା ରହେ। ଏହାସହ ବେଲ ପଣା ପିଇଲେ କିଡନୀ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Comment