ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୬ବର୍ଷୀୟ ଧୋନି ପଡ଼ିଆରେ ଯେତିକି କୁଲ୍‌ ସେତିକି ଫିଟ୍‌ ମଧ୍ୟ। ଧୋନିଙ୍କ ଫିଟ୍‌ନେସ୍ ରାଜ୍‌ ଜାଣିବାକୁ ଚାହୁଁଥିବେ ତାଙ୍କ ପ୍ରଶଂସକ। ଆସନ୍ତୁ ଜାଣିବା ନିଜକୁ ଫିଟ୍‌ ରଖିବା ପାଇଁ ଧୋନି କ’ଣ ଖାଆନ୍ତି?

ଆଜିକାଲି ସବୁଠି ମହେନ୍ଦ୍ର ସିଂହ ଧୋନିଙ୍କ ଚର୍ଚ୍ଚା। ଆଇପିଏଲର ୧୧ତମ ସଂସ୍କରଣ ଜିତିବା ପରେ ଧୋନିଙ୍କୁ ମିଳୁଛି ସବୁଠି ପ୍ରଶଂସା। ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଲିଡ୍‌ କରୁଥିବା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦଳ ଏଥର ଦମଦାର ପ୍ରଦର୍ଶନ କରିଛି।

୨୦୧୮ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ବୁଢ଼ା ଦଳ ଭାବେ ବିବେଚନା କରାଯାଉଥିଲା। କାରଣ ଏହି ଦଳର ଅଧିକାଂଶ ଖେଳାଳିଙ୍କ ବୟସ ୩୦ ପାର ଥିଲା। ତଥାପି ପଡ଼ିଆରେ ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟେଲ୍‌ ହାସଲ କରିବାରେ ସକ୍ଷମ ହୋଇଥିଲେ।

୩୬ବର୍ଷୀୟ ଧୋନି ପଡ଼ିଆରେ ଯେତିକି କୁଲ୍‌ ସେତିକି ଫିଟ୍‌ ମଧ୍ୟ। ୱିକେଟ ପଛରେ ଧୋନି ବେଶ୍‌ ସକ୍ରିୟ। ଧୋନିଙ୍କ ଦ୍ୱାରା ଗୋଟିଏ ଷ୍ଟପିଂ ମିସ୍‌ କରିବା କ୍ୱିଚିତ୍ ଦେଖାଯାଏ। ଧୋନିଙ୍କୁ ଫିଟ୍‌ନେସ୍ ରାଜ୍‌ ଜାଣିବାକୁ ଚାହୁଁଥିବେ ତାଙ୍କ ପ୍ରଶଂସକ।

ନିଜକୁ ଫିଟ୍‌ ରଖିବା ପାଇଁ ଧୋନି କ’ଣ ଖାଆନ୍ତି

ଧୋନିଙ୍କୁ ଘର ଖାଦ୍ୟ ଖାଇବାକୁ ଭଲ ଲାଗେ। ସେ କେବେ ବି ଜଙ୍କ୍ ଫୁଡ୍ ଖାଆନ୍ତି ନାହିଁ। ବଟର୍ ଚିକେନ୍‌ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି ଧୋନି। ଫ୍ରେସ୍ ଫଳ ଓ ବାଦାମ ଖାଇବାକୁ ଭଲ ପାଆନ୍ତି ସେ। ବ୍ୟାୟାମ ପୂର୍ବରୁ ଓ ପରେ ପ୍ରୋଟିନ ସେକ୍ ଫ୍ରୁଟ ଜୁସ୍ ପିଅନ୍ତି।

ସକାଳ ଖାଦ୍ୟ

ଫ୍ରେସ୍ ଫଳ ଓ ବାଦାମ ସହ ୧ ଗ୍ଲାସ କ୍ଷୀର

ଲଞ୍ଚ୍

ଡାଲି, ରୁଟି ଓ ଚିକେନ ସହ ସାଲାଡ

ସନ୍ଧ୍ୟା ସମୟ ସ୍ନାକ୍ସ

ଚିକେନ୍ ସ୍ୟାଣ୍ଡୱିଚ ଓ ଦହି

ଡିନର୍

୨-୩ପଟ ରୁଟି, ସନ୍ତୁଳା, ସାଲାଡ, ଫଳ ଓ କ୍ଷୀର

ମ୍ୟାଚ୍‌ ସମୟରେ

ପୋଟିନ୍ ଡିଙ୍କ୍ସ ଓ ଫ୍ରୁଟ ଜୁସ୍

Comment