ଓଡ଼ିଶାଲାଇଭ୍ ବ୍ୟୁରୋ

ମହଙ୍ଗା ହେଲା ଗ୍ୟାସ ଦର। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ଅଣସବ୍ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଛି।
ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ବଢ଼ିଚାଲିଥିବାବେଳେ ଏବେ ଜନତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ସରକାର।
ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲ୍ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣସବ୍ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବାବେଳେ ନୂଆ ଦର ଶୁକ୍ରବାରଠାରୁ ଲାଗୁ ହୋଇଛି।
ନୂଆ ଦର ଅନୁସାରେ ଦିଲ୍ଳୀରେ ଖାଉଟି ସବ୍ସିଡ଼ି ସିଲିଣ୍ଡରକୁ ୪୯୩ ଟଙ୍କା ୫୫ ପଇସାରେ କିଣିବେ ଏବଂ ଅଣସବ୍ସିଡ଼ି ସିଲିଣ୍ଡର ପାଇଁ ୬୯୮ ଟଙ୍କା ୫୦ ପଇସା ଦେବାକୁ ପଡ଼ିବ।
ଅନ୍ୟପକ୍ଷରେ ଶୁକ୍ରବାରଦିନ ପେଟ୍ରୋଲ ଲିଟର ପିଛା ୭ ପଇସା ଏବଂ ଡିଜେଲ୍ ଲିଟର ପିଛା ୫ ପଇସା କମିଛି।
ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ଦର ୭୩.୬୭ ଟଙ୍କା ହୋଇଛି। ଅନ୍ୟ ମେଟ୍ରୋ ସିଟିଗୁଡ଼ିକ ମଧ୍ୟରେ କୋଲକତାରେ ପେଟ୍ରୋଲ୍ ଲିଟର ପିଛା ଦର ୮୦.୯୨ ଟଙ୍କା, ମୁମ୍ବଇରେ ୮୬.୧୦ ଟଙ୍କା, ଚେନ୍ନଇରେ ୮୧.୨୮ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ୍ ମୂଲ୍ୟ ଦିଲ୍ଲୀରେ ୭୧.୭୫ ଟଙ୍କା, ମୁମ୍ବଇରେ ୭୩.୬୭ ଟଙ୍କା ଓ ଚେନ୍ନଇରେ ୭୩.୦୬ ଟଙ୍କା ରହିଛି।


















