ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ବଡ଼ପୁଅ ଆକାଶ ଖୁବଶିଘ୍ର ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହିଁଙ୍କ ନିର୍ବନ୍ଧ ପାଇଁ ପ୍ରସ୍ତୁତ ହୋଇଛି ଡିଜିଟାଲ କାର୍ଡ।
ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ବେଳକୁ ହେବ ଦେଶର ଆଉ ଏକ ଚର୍ଚ୍ଚିତ ବିବାହ। ଭାରତର ସବୁଠାରୁ ଧନୀ ପରିବାରରୁ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନି ରୋଜି ବ୍ଲୁ ଡାଇମଣ୍ଡସ୍ର ମୁଖ୍ୟ ରଶେଲ ମେହେଟ୍ଟାଙ୍କ ଝିଅ ଶ୍ଳୋକଙ୍କ ହାତ ଧରିବେ। ଚଳିତ ମାସ ୩୦ ତାରିଖରେ ଉଭୟଙ୍କ ନିର୍ବନ୍ଧ ବମ୍ବେରେ ହେବ। ଏଥିରେ ରାଜନୀତି, କଳା ତଥା ବ୍ୟବସାୟ ଜଗତ ସହ ଜଡିତ ଲୋକେ ନିର୍ବନ୍ଧରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହି ଉତ୍ସବ ପାଇଁ ମୁକେଶଙ୍କ ପରିବାର ପକ୍ଷରୁ ଏକ ଆକର୍ଷଣୀୟ ଡିଜିଟାଲ କାର୍ଡ ପ୍ରସ୍ତୁତ ହୋଇଛି। ଏକ ଛୋଟ ବକ୍ସରେ କାର୍ଡ ସହ ସିଦ୍ଧିବିନାୟକଙ୍କ ମୂର୍ତ୍ତି ରଖାଯାଇଛି। ବକ୍ସଟିକୁ ଖୋଲିଲେ ସୁନ୍ଦର ବ୍ୟାକ୍ଗ୍ରାଉଣ୍ଡ ସଙ୍ଗୀତ ସହ ମନ୍ଦିର ଘଣ୍ଟି ବାଜୁଛି। କାର୍ଡରେ ଶ୍ଲୋକା ଓ ଆକାଶଙ୍କ ଫଟୋ ସହ ନିର୍ବନ୍ଧ ସମୟ ଏବଂ ତାରିଖ ବିଷୟରେ ସୂଚନା ଦିଆଯାଇଛି। ପ୍ରଥମେ ଏହି ଡିଜିଟାଲ କାର୍ଡକୁ ସିଦ୍ଧିବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।
ମୁକେଶଙ୍କ ଏଣ୍ଟିଲିୟା ଘରେ ନିର୍ବନ୍ଧ କାର୍ଯ୍ୟକ୍ରମ ରଖାଯାଇଛି।୨୪ ମାର୍ଚ୍ଚରେ ଉଭୟଙ୍କର ପ୍ରି-ଏନ୍ଗେଜ୍ମେଣ୍ଟ ସେରିମନି ରଖାଯାଇଥିଲା। ଏଥିରେ ଆକାଶ-ଶ୍ଲୋକା ଫଟୋସୁଟ କରିଥିଲେ।
ଆସନ୍ତା ଡିସେମ୍ବର ପ୍ରଥମ ଭାଗରେ ଏହି ବିବାହ ସମ୍ପନ୍ନ କରାଯିବ। ଅମ୍ବାନି ଓ ମେହେଟ୍ଟା ପରିବାର ମଧ୍ୟରେ ଭଲ ସମ୍ପର୍କ ଥିବାବେଳେ ଉଭୟ ଆକାଶ ଓ ଶ୍ଳୋକା ଏକାଠି ପାଠ ପଢୁଥିଲେ।














