ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରର ନୌସେନା ସେକ୍ଟରରେ ପାକ ସେନା ପକ୍ଷରୁ ଭାରତୀୟ ପୋଷ୍ଟ ଉପରେ ପଥରମାଡ଼ ଓ ଗୁଳିବର୍ଷଣ କରାଯାଇଛି। ପାକ୍ ଆକ୍ରମଣରେ ବିକାଶ ଗୁରୁଙ୍ଗ ନାମକ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି।
ଜମ୍ମୁ-କଶ୍ମୀରର ନୌସେନା ସେକ୍ଟର ଅନ୍ତର୍ଗତ ଲାମ୍ ଗ୍ରାମରେ ଇଦ୍-ଉଲ୍-ଫିତର ପାଳନ ଚାଲିଥିବାବେଳେ ସୀମା ସେପଟୁ ଗୁଳିମାଡ କରାଯିବା ସହ ପଥର ମାଡ଼ ହୋଇଥିଲା। ଏଲ୍ଓସିରେ ଥିବା ଏକ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ପାକିସ୍ତାନୀମାନେ ପଥର ମାଡ କରିଥିଲେ। ଏହାଫଳରେ ଜଣେ ବିକାଶ ଗୁରୁଙ୍ଗ ନାମକ ଜଣେ ଯବାନଙ୍କ ଦେହରେ ପଥର ବାଜି ଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଗତ ୬ମାସ ମଧ୍ୟରେ ୩୨୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଆଳରେ ଷଡ଼ଯନ୍ତ୍ର କରିଥିବା କୁହାଯାଉଛି। ଏଥିରେ ୨୫ ଯବାନ ସହିଦ ହୋଇଥିବାବେଳେ ୫୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସହିଦଙ୍କ ମଧ୍ୟରେ ୧୧ ଜଣ ବିଏସ୍ଏଫ୍ ଯବାନ ରହିଛନ୍ତି। ଗତ ୫ ବର୍ଷ ତୁଳନାରେ ୨୦୧୮ରେ ଅସ୍ତ୍ରବିରତି ଘଟଣାରେ ୩ଶହ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ କହିଛି।

















