ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକରୁ ଆସିଥିବା ଜଣେ ଯାତ୍ରୀ ୨୫୦ ଗ୍ରାମ ସୁନା ଆଣିଥିଲେ। ସନ୍ଦେହରେ କଷ୍ଟମ ବିଭାଗ ଏବଂ ପୋଲିସ ତାଙ୍କୁ ଯାଞ୍ଚ କରିବା ବେଳେ ସୁନା ଜବତ ହୋଇଥିଲା। ଜବତ ସୁନାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଜୁନ୍ ୧୬ ତାରିଖରେ ମଧ୍ୟ ବିମାନବନ୍ଦରରୁ ସୁନା ଜବତ ହୋଇଥିଲା। ମୋହଲିରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ସୁନା ଜବତ କରି ତାଙ୍କୁ ଅଟକ ରଖିଥିଲା।

ଏପ୍ରିଲ ୧ ଏବଂ ମାର୍ଚ୍ଚ ୨୮ରେ ମଧ୍ୟ ସୁନା ଜବତ ହୋଇଥିଲା। ଗତ ୩ ମାସ ଭିତରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକାଧିକ ବାର ସୁନା ଜବତ ହୋଇଥିବାରୁ  ଭୁବନେଶ୍ୱର ସୁନା ସ୍ମଗଲ୍‌ରଙ୍କ ପେଣ୍ଠସ୍ଥଳୀ ପାଳଟିଥିବା ଚର୍ଚ୍ଚା ହେଉଛି।

Comment