ଓଡ଼ିଶାଲାଇଭ୍ ବ୍ୟୁରୋ
![]()
ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଏଥର ଓଡ଼ିଶାରୁ ଦୁଇଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ଓଡ଼ିଶାର ଲୋକପ୍ରିୟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବ ସାହିତ୍ୟିକ ଜୟଦ୍ରଥ ସୁନା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।
ଆସାମର ଗୌହାଟୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଦେଶର ବିଭିନ୍ନ ଭାଷା ପାଇଁ ଶିଶୁ ଓ ଯୁବ ସାହିତ୍ୟ ବିଭାଗ ଲାଗି ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି।
ବୀରେନ୍ଦ୍ର ମହାନ୍ତିଙ୍କ କବିତା ସଂକଳନ ‘ରୁମ୍କୁ ଝୁମା’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଶିଶୁ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। କବି ଜୟଦ୍ରଥ ସୁନାଙ୍କ କବିତା ପୁସ୍ତକ ‘ଶୋଷ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
















