ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଶେଷ୍ଠ ଧନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣରେ ବୃଦ୍ଧି। ମାତ୍ର ୨ ଦିନରେ ତାଙ୍କ ସମ୍ପତ୍ତି ପରିମାଣରେ ୯୩୦୦ କୋଟି ଟଙ୍କା ବୃଦ୍ଧି ପାଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନିଙ୍କ ଦରମା ବଢ଼ିନଥିଲେ ମଧ୍ୟ ତାଙ୍କ ସମ୍ପତ୍ତିର ମୂଲ୍ୟ ଦିନକୁଦିନ ବୃଦ୍ଧି ପାଉଛି। ମାତ୍ର ୨ ଦିନରେ ତାଙ୍କ ସମ୍ପତ୍ତି ପରିମାଣରେ ୯୩୦୦ କୋଟି ଟଙ୍କା ବୃଦ୍ଧି ପାଇଛି। ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ତାଲିକାର ୧୫ ତମ ସ୍ଥାନକୁ ଉଠିଯାଇଛନ୍ତି ବୋଲି ବ୍ଲୁମବର୍ଗ ବିଲିୟେନର ଇଣ୍ଡେକ୍ସରେ କୁହାଯାଇଛି।

ଧନୀ ତାଲିକାରେ ମୁକେଶ ଅମ୍ବାନି ଓ୍ଵାଲମାର୍ଟର ଜିମ ଓ୍ଵାଲଟନ ଓ ବବ ଓ୍ଵାଲଟନଙ୍କୁ ପଛରେ ପକାଇଦେଇଛନ୍ତି। ୧୪ତମ ସ୍ଥାନରେ ରହିଛନ୍ତି ଆଲିବାବାର ମୁଖ୍ୟ ଜାକ୍‌ ମା।

ଆମାଜନର ମୁଖ୍ୟ ଜେଫ ବେଜୋସ ବିଶ୍ୱର ନଂ୧ ଧନୀ ହୋଇଥିବାବେଳେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୪୪.୮ ବିଲିୟନ ଡଲାର। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ ସପତ୍ତିର ପରିମାଣ ୯୨.୮ ବିଲିୟନ ଡଲାର।

ଜୁନ ୧୯ ସୁଦ୍ଧା ମୁକେଶଙ୍କ ସମ୍ପତ୍ତିର ପରିମାଣ ମୋଟ ୨.୭୫ ଲକ୍ଷ କୋଟି ଥିଲା, ଯେବେକି ଜାକ୍‌-ମା ଙ୍କ ସମ୍ପତ୍ତିର ପରିମାଣ ଥିଲା ୩ ଲକ୍ଷ ୧୧ ହଜାର କୋଟି।

ଗତ ଦୁଇଦିନ ଧରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବଢ଼ିଥିବାରୁ ୨୧ଜୁନ୍‌ ପର୍ଯ୍ୟନ୍ତ ମୁକେଶଙ୍କ ସମ୍ପତ୍ତି ପରିମାଣ ୨.୮୪ଲକ୍ଷ କୋଟିରେ ପହଞ୍ଚିଛି।

Comment