ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜୟ ଭୂୟାଁଙ୍କ ଘରେ ଥିଲା ଉଈ ହୁଙ୍କା
  • ହୁଙ୍କାକୁ ପୂଜା କରୁଥିଲେ ପରିବାର ଲୋକ
  • ଝିଅ ଗୋଡ଼ରେ ସାପ ଗୁଡ଼ାଇ ହେବା ପରେ ଚେତା ପଶିଲା
  • ସାପ ଧରିବା ପାଇଁ ସ୍ନେକ ହେଲ୍ପ ଲାଇନର ଉଦ୍ୟମ
  • ଦୁଇ ଦିନର କସରତ ପରେ ୧୨୬ଟି ନାଗଛୁଆ ଓ ନାଗ-ନାଗୁଣୀ ଉଦ୍ଧାର
  • ଭଙ୍ଗାହେଲା ଉଈ ହୁଙ୍କା

ଭଦ୍ରକ ଜିଲ୍ଲା ଧାମନଗରର ପାଇକ ସାହିରୁ ରବିବାର ଉଦ୍ଧାର ହୋଇଛନ୍ତି ନାଗ-ନାଗୁଣୀ। ସ୍ନେକ୍ ହେଲ୍ପ ଲାଇନର ସଦସ୍ୟମାନେ ପାଇକ ସାହିର ବିଜୟ ଭୂୟାଁଙ୍କ ଘରେ ଥିବା ଉଇ ହୁଙ୍କାରୁ ନାଗ-ନାଗୁଣୀଙ୍କୁ ଉଦ୍ଧାର କରିଛନ୍ତି।

ଉଦ୍ଧାର କରିବା ପରେ ନାଗ-ନାଗୁଣୀଙ୍କୁ ଜାର୍ ଭିତରେ ରଖାଯାଇଛି। ନାଗ-ନାଗୁଣୀ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲଗି ରହିଛି।

ବିଜୟ ଭୂୟାଁଙ୍କ ଘରେ ଦୀର୍ଘ ବର୍ଷ ହେଲା ଉଈ ହୁଙ୍କା ରହିଛି। ଏହି ହୁଙ୍କାକୁ ପରିବାର ଲୋକ ପୂଜା କରିଆସୁଥିଲେ। ହୁଙ୍କାରେ ବିଷଧର ସାପ ରହୁଥିଲେ ମଧ୍ୟ କେବେ ପରିବାର ଲୋକଙ୍କର କ୍ଷତି କରିନାହାନ୍ତି। ହେଲେ ଶନିବାର ଦିନ ଗୋଟେ ସାପ ବିଜୟଙ୍କ ଝିଅ ଗୋଡ଼ରେ ଗୁଡ଼ାଇ ହୋଇଯିବାରୁ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ।

ଗ୍ରାମର କିଛି ଲୋକଙ୍କ ସହଯୋଗରେ ବିଜୟ ହୁଙ୍କା ପାଖକୁ ଯାଇ ଦେଖିଥିଲେ ଯେ ଛୋଟ ଛୋଟ ସାପ ହୁଙ୍କା ଚାରିପଟେ ବୁଲୁଛନ୍ତି। ଏଥିରେ ଭୟଭୀତ ହୋଇ ବିଜୟ ଭଦ୍ରକର ସାପଧରାଳି ସେକ୍ ମିର୍ଜାଙ୍କୁ ଖବର ଦେଇଥିଲେ।

ମିର୍ଜା ତାଙ୍କ ଟିମ୍‌କୁ ସାଙ୍ଗରେ ଧରି ହୁଙ୍କାରୁ ଶନିବାର ଦିନ ୧୨୬ଟି ନାଗଛୁଆ ଏବଂ ଅଣ୍ଡା ଉଦ୍ଧାର କରିଥିଲେ। ରବିବାର ଦିନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ଦୁଇଟି ନାଗ ସମେତ ଗୋଟିଏ ନାଗୁଣୀ ଉଦ୍ଧାର କରାଯାଇଛି। ଏହାସହ ଉଈ ହୁଙ୍କାକୁ ମଧ୍ୟ ଭଙ୍ଗା ଯାଇଛି।

LEAVE A REPLY

Please enter your comment!
Please enter your name here