ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ୨୬ ତାରିଖରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଲଞ୍ଚ୍ କରାଯାଇଥିବା ପାସ୍ପୋର୍ଟ ସେବା ମୋବାଇଲ ଆପ୍ ‘ଏମପାସପୋର୍ଟ ସେବା ଆପ’ ୨ଦିନ ମଧ୍ୟରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନ୍ଲୋଡ ହୋଇଛି।
ଷଷ୍ଠତମ ପାସପୋର୍ଟ ସେବା ପ୍ରଦାନ ଦିବସରେ ପାସପୋର୍ଟ ଆବେଦନ କରିବା ପାଇଁ ଏକ ମୋବାଇଲ ଆପର କରିଯାଇଥିଲା ଚଳିତ ଜୁନ ମାସ ୨୬ରେ। ‘ଏମପାସପୋର୍ଟ ସେବା ଆପ’ ୨ଦିନ ମଧ୍ୟରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନ୍ଲୋଡ ହୋଇଛି। ଯାହା ଏହାର ଉପଯୋଗୀତାକୁ ବେଶ ଭଲଭାବରେ ଲୋକଙ୍କ ପାଖରେ ପହଞ୍ଚାଇଛିବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଏହି ଆପ ମାଧ୍ୟମରେ ଆପଣ ଘରେ ବସି ପାସପୋର୍ଟ ପାଇଁ ଆବେଦନ କରିପାରିବେ।
ଏନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ କରି ସୂଚନା ଦେଇଛନ୍ତି ଯେ ଏତେ କମ ଦିନରେ ୧୦ଲକ୍ଷ ଥର ଡାଉନଲୋଡ କରାଯିବା ଏକ ଐତିହାସିକ ରେକର୍ଡ।
ପାସପୋର୍ଟର ପୁରୁଣା ନିୟମକୁ ବଦଳାଯାଇଛି। ଏଣିକି ପାସପୋର୍ଟ ଆବେଦନକାରୀଙ୍କ ଠିକଣା ତଦାରଖ କରିବା ପାଇଁ ପୋଲିସ ଷ୍ଟେସନ ଯିବାକୁ ପଡିବ ନାହିଁ।
ପୋଲିସ ଆବେଦନକାରୀର ଅଜାଣତରେ ତାହାର ଅପରାଧିକ ପୃଷ୍ଠଭୂମିର ଯାଞ୍ଚ କରି ଆଞ୍ଚଳିକ ପାସପୋର୍ଟ ଅଫିସକୁ ସୂଚନା ଦେବ। ଠିକଣା ତଦାରଖ ନାମରେ ପୋଲିସର ଅଯଥାରେ ଆବେଦନକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ପରେ ବିଦେଶ ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ନେଇଛି।
ଏହି ଆପ୍ ଆଣ୍ଡ୍ରଏଡ୍, ଓଏଏସ ଅପରେଟିଙ୍ଗ ସିଷ୍ଟମ ଥିବା ମୋବାଇଲରେ ଉପଲବଧ ହୋଇପାରିବ। ଏହି ଆପ ମାଧ୍ୟମରେ ଆବେଦନକାରୀ ପାସପୋର୍ଟ ଆବେଦନ ପାଇଁ ପେମେଣ୍ଟ ଓ ସାକ୍ଷାତକାର ସମୟ ନିଜ ସୁବିଧାରେ ବାଛି ପାରିବ।
‘ଏମପାସପୋର୍ଟ ସେବା ଆପ’ରେ ଆବେଦନ ପ୍ରକ୍ରିୟା ସମୟରେ କୌଣସି ପ୍ରକାରର ପ୍ରିଣ୍ଟର ଆବଶ୍ୟକତା ଦରକାର ନାହିଁ। ଏହି ଆପରେ ଆବେଦନକାରୀର ନାମ ପଞ୍ଜୀକରଣ, ଦସ୍ତଖତ, ପୋଲିସ ଭେରିଫିକେସନ୍, ଉପଯୁକ୍ତ ପ୍ରମାଣପତ୍ର, ପାସପୋର୍ଟ ସମ୍ବନ୍ଧୀୟ ସୂଚନା ପାଇଁ ପରାମର୍ଶଦାତା ଓ ପାସପୋର୍ଟ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ, ସେଥିପାଇଁ କାଲକୁଲେଟର ସୁବିଧା ଉପଲବ୍ଧ କରାଯାଇଛି।

















