ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି। ନବୀନଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ନବୀନ ନନ୍ଦଙ୍କୁ କୋଲକାତା ପୋଲିସ ଗିରଫ କରିଥିଲା। ପରେ ଜାମିନରେ ମୁକୁଳିଥିବା ନେଇ କୋଲକାତାର ପତ୍ରିକା ନାମକ ଏକ ୱେବ୍ ମାଗାଜିନରେ ପ୍ରକାଶ ପାଇଥିଲା।

କୋଲକାତା ପାର୍କଷ୍ଟ୍ରିଟ୍‌ରେ ଥିବା ଏକ ବିୟୁଟି ପାର୍ଲରରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଧରି ନେଇଥିଲା କୋଲକାତା ପୋଲିସ।  ବିୟୁଟି ପାର୍ଲରରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗରେ କୋଲକାତାର ବେନିୟାପୁକୁର ପୋଲିସ ଚଢ଼ାଉ କରିଥିଲା।

ଶନିବାର ରାତିରେ ଚଢାଉ ବେଳେ ୯ ଦେହଜୀବୀ, ୨ ଗ୍ରାହକ ଓ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସମେତ ୧୮ ଜଣଙ୍କୁ ଅଟକ ରଖିଥିଲା ପୋଲିସ।  ରବିବାର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ କୋର୍ଟରେ ହାଜର କରାଯାଇଥିବା ଏହି ୱେବ୍ ମାଗାଜିନ୍‌ରେ ପ୍ରକାଶ ପାଇଥିଲା।

ଏହି ଖବର ପ୍ରକାଶ ପାଇବା ପରେ ବିଜେଡି ସଭାପତି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।

Comment