ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ କୃଷକମାନଙ୍କୁ ମୋଦିଙ୍କ ପୁରସ୍କାର। ୧୪ଟି ଶସ୍ୟ ଉପରେ କେନ୍ଦ୍ର ସରକାର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।
ଧାନ ସହ ୧୪ଟି ଶସ୍ୟର ଏମ୍ଏସ୍ପି (ସହାୟକ ମୂଲ୍ୟ)ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।
କେନ୍ଦ୍ର ସରକାର କ୍ୟାବିନେଟ୍ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧିକୁ କରାଯାଇଛି। ଏବେ ଧାନର ମୂଲ୍ୟ କୁଇଣ୍ଟାଲ୍ ପିଛା ୧,୫୫୦ଟଙ୍କାରୁ ବୃଦ୍ଧି ପାଇ ୧, ୭୫୦ଟଙ୍କା କରାଯାଇଛି।ଗୋଟିଏ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ସର୍ବାଧିକ ବୃଦ୍ଧି।
ସେହିପରି ବାଜରା ୯୯୯ଟଙ୍କାରୁ ବୃଦ୍ଧି ପାଇ ୧୯୫୦ଟଙ୍କା, ମକା ୧୧୩୧ରୁ ୧୭୦୦ଟଙ୍କା, ମୁଗ ୩୨୬୦ରୁ ୪୮୯୦ ଓ ସୂର୍ଯ୍ୟମୁଖୀ ୨୨୬୬ରୁ ୩୯୯୯ ବୃଦ୍ଧି ପାଇଛି।
ଦେଶର ଚାଷୀମାନଙ୍କୁ ଶସ୍ୟ ଉପରେ ୫୦ପ୍ରତିଶତ ଲାଭ ଦେବାକୁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର।
ମଙ୍ଗଳବାର ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ବସି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଅନ୍ୟ କେତେକ ଖରିଫ ଫସଲ ମୂଲ୍ୟ ବୃଦ୍ଧିର ଚୂଡ଼ାନ୍ତ ରୂପରେଖ ଦେଇଥିଲେ ବି ବୁଧବାର କ୍ୟାବିନେଟ୍ ତାହାକୁ ମଞ୍ଜୁର କରିଛନ୍ତି।
ନିକଟରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

















