ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ସପ୍ତାହରେ ସେନସେକ୍ସ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗୁରୁବାରଦିନ କାରବାର ଆରମ୍ଭ ହେବା ବେଳେ ସେନ୍‍ସେକ୍ସ ୨୧୨.୮୫ ପଏଣ୍ଟ ବା ୦.୫୯ ପ୍ରତିଶତ ବୃଦ୍ଧି ପାଇ ୩୬,୪୭୮.୭୮ରେ ପହଞ୍ଚିଥିଲା।

ସେହିପରି ଜାତୀୟ ଷ୍ଟକ୍‍ ଏକ୍ସଚେଞ୍ଜ ନିଫ୍‍ଟିରେ ୬୪.୧୫ ପଏଣ୍ଟ ବୃଦ୍ଧି ପାଇ ୧୧,୦୧୨.୪୫ରେ ପହଞ୍ଚିଛି।

ସେନସେକ୍ସରେ ବୃଦ୍ଧି ହେବାର କାରଣ ଟିସିଏସର ଅଧିକ ଲାଭ, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ହ୍ରାସ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବୃଦ୍ଧି ବୋଲି ଜଣାପଡ଼ିଛି।

Comment