ଓଡ଼ିଶାଲାଇଭ୍ ବ୍ୟୁରୋ

ରସଗୋଲାକୁ ନେଇ ସୁମଧୁର ଗୀତ। ଓଡ଼ିଆଙ୍କର ସବୁଠୁ ପ୍ରିୟ ମିଠା ‘ରସଗୋଲା’କୁ ନେଇ ଏକ ଗୀତ ରଚନା କରାଯାଇଛି।
ଓଡ଼ିଶାର ପ୍ରସିଦ୍ଧ ପାହାଳ ରସଗୋଲାଠାରୁ ଆରମ୍ଭ କରି ସାଲେପୁର ରସଗୋଲାକୁ ନେଇ ଏକ ଗୀତ ରଚନା କରାଯାଇଛି।
ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ। ଗୀତ ଲେଖିଛନ୍ତି ଦେବଦାସ ଛୋଟରାୟ। ସଙ୍ଗୀତ ଦେଇଛନ୍ତି ବିଭୂତି ଭୂଷଣ ଗଡନାୟକ।
ଓଡ଼ିଶା ଫୋରମ ପକ୍ଷରୁ ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ରସଗୋଲା’ ଗୀତର ସିଡି ଲଞ୍ଚ କରାଯାଇଛି। ଏହି ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ପୂର୍ବତନ ବିଚାରପତି ଡକ୍ଟର ଜି ବି ପଟ୍ଟନାୟକ, ପ୍ରଖ୍ୟାତ କବି ତଥା ସାହିତ୍ୟିକ ସୀତାକାନ୍ତ ମହାପାତ୍ର ଓ ଓଡ଼ିଶା ଫୋରମ୍ର ସଭାପତି ତଥା ଅବସରପ୍ରାପ୍ତ ଆଇଏଏସ୍ ଗୋକୁଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବହୁ ଦିନ ଧରି ରସଗୋଲାର ଭୌଗୋଳିକ ଉତ୍ପତ୍ତି ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିନାହିଁ। ଏସବୁ ଭିତରେ ଓଡ଼ିଆ ରସଗୋଲାକୁ ନେଇ ଏକ ଆଲୋଚନାଚକ୍ର ଜୁଲାଇ ୨୩ତାରିଖ ଦିନ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଯାଉଛି। ରସଗୋଲାର ଉତ୍ପତ୍ତି ଓ ଏହାର ଟେଷ୍ଟକୁ ନେଇ ଏକ ବିତର୍କ କାର୍ଯ୍ୟକ୍ରମ ହେବ। ଏହାସହ ସୁମଧୁର କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ କଣ୍ଠରେ ରସଗୋଲା ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
















