ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ଓଡିଶା ବା ଭାରତରେ ନୁହେଁ, ବିଦେଶରେ ପାଳନ ହୋଇଛି ରଥଯାତ୍ରା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହା ନୁହେଁ, ବିଦେଶରେ ବି ଗଡ଼ିଛି ମହାପ୍ରଭୁଙ୍କୁ ରଥ।
ସିଙ୍ଗାପୁରରେ ପାଳିତ ହୋଇଛି ପବିତ୍ର ରଥଯାତ୍ରା। ଇଣ୍ଟରନାସନାଲ ଶ୍ରୀ କ୍ରିଷ୍ଣା ମନ୍ଦିର ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଛି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା।
ସିଙ୍ଗାପୁରର ହୋଗାଙ୍ଗ ଷ୍ଟାଡିମୟରେ ଆୟୋଜିତ ଏହି ରଥଯାତ୍ରାରେ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁରର ବହୁ ସଦସ୍ୟମାନେ ଏଥିରେ ଯୋଗ ଦେଇଥିଲେ। ଏଥିରେ ସାମିଲ ହୋଇଥିଲେ ପ୍ରବାସୀ ଓଡ଼ିଆଙ୍କ ସମେତ ସ୍ଥାନୀୟ ବାସିନ୍ଦା।
ବିଧି ମୁତାବକ ପୂଜାର୍ଚ୍ଚନା ପରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ବିଦେଶୀ ଭକ୍ତ ମଧ୍ୟ ଜଗନ୍ନାଥଙ୍କ ନାମକୀର୍ତ୍ତନରେ ମଜ୍ଜି ଯାଇଥିବା ଦେଖିବାକୁ ମିଳିଥିଲା।
ଏହାପରେ ଭକ୍ତ ଆନନ୍ଦର ସହ ତିନି ଠାକୁରଙ୍କ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା। ଭକ୍ତଙ୍କ ମୁହଁରୁ ଜୟ ଜଗନ୍ନାଥ…ଜୟ ଜଗନ୍ନାଥ ଧ୍ଵନି ଶୁଣିବାକୁ ମିଳିଥିଲା।
















