ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରୁ ବ୍ୟାଙ୍କକ୍ ଓ ବେଙ୍ଗାଳୁରୁକୁ ବିମାନ ଉଡ଼ାଣ ବନ୍ଦ ହେବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ସେବା ପୁଣି ଥରେ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୦ ଅକ୍ଟୋବର ୩୦ରେ ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପାଇଥିଲା। ୨୦୧୭ ଡିସେମ୍ବର ୧୦ ତାରିଖରୁ ଭୁ୍ବନେଶ୍ୱରରରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଏୟାର ଇଣ୍ଡିଆ ଏହି ସେବାକୁ ସିଙ୍ଗାପୁର, ଇଣ୍ଡୋନେସିଆ, ଶ୍ରୀଲଙ୍କାକୁ ସମ୍ପ୍ରସାରଣ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ବିମାନ ଚଳାଚଳ ବନ୍ଦ କରିଦେବା ପରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଉପରେ ପ୍ରଭାବ ପଡ଼ିଛି।

ଭୁବନେଶ୍ୱର-ବେଙ୍ଗାଳୁରୁକୁ ବିମାନ ସେବା ବନ୍ଦ ହେବା ପରେ ଆଇଟି କ୍ଷେତ୍ର ଉପରେ ପ୍ରଭାବ ପଡ଼ିଛି। ଏହି ବିମାନସେବାକୁ ପୁନଃ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।

ପରିଚାଳନାଗତ ସମସ୍ୟା ଦର୍ଶାଇ ଏୟାର ଇଣ୍ଡିଆ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉଡ଼ାଣ ବନ୍ଦ ରଖିଛି। କେବେ ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

LEAVE A REPLY

Please enter your comment!
Please enter your name here