ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଏବଂ ଚିତ୍ରକୋଣ୍ଡାବାସୀଙ୍କ ପାଇଁ ଖୁସି ଖବର। ଜୁଲାଇ ୨୬ରେ ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଲୋକାର୍ପଣ ହେବ। ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁପ୍ରିୟା ସେତୁ ଲୋକାର୍ପଣ ହେଲେ ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳବାସୀ ଉପକୃତ ହେବେ।

ଜୁଲାଇ ୧୮ ତାରିଖରେ ଗୁରୁପ୍ରିୟା ସେତୁ ଲୋକାର୍ପିତ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ଷା ଯୋଗୁଁ ଲୋକାର୍ପଣ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା। ବିଚ୍ଛିନ୍ନାଞ୍ଚଳର ୧୫୧ ଗାଁ ପାଇଁ ଏହି ସେତୁ ଲାଇଫ୍ ଲାଇନ୍‌ ଭାବେ କାମ କରିବ।

୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ଡାକ୍ତରଖାନାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଲୋକାର୍ପଣ କରିବେ।

ଅପରପେକ୍ଷ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି କଂଗ୍ରେସ। ଜୁଲାଇ ୨୬ ତାରିଖରେ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡା ବନ୍ଦ ଡାକରା ଦିଆଯାଇଛି।

Comment