ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ୭୯ତମ ବୈଠକ
  • ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ
  • କଟକ ରାମଦାଶପୁରରେ ହେବ ଔଷଧ କମ୍ପାନି
  • ଡାମନର ସିଲଭାସା, ରାଜସ୍ଥାନର ଏକ କମ୍ପାନିକୁ ମଧ୍ୟ ମଞ୍ଜୁରୀ
  • ମୋଟ ୩୪୮.୫ କୋଟି ଟଙ୍କା ନିବେଶ

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। କେରଳର ଏକ କମ୍ପାନିକୁ ବ୍ରହ୍ମପୁରଠାରେ ପୋଷାକ ଫ୍ୟାକ୍ଟ୍ରି କରିବା ପାଇଁ ଅନୁମତି ମିଳିଛି।

ପୋଷାକ ଫ୍ୟାକ୍ଟ୍ରି ୨୦ ଏକର ଜାଗାରେ ନିର୍ମାଣ ହେବ। ଏଥିରେ ୧୭୭ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ୫ ହଜାର ୩୨୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହି ଫ୍ୟାକ୍ଟ୍ରିରେ ୯୦ ପ୍ରତିଶତ ମହିଳା କର୍ମଚାରୀ ରହିବେ।

ସେହିପରି କଟକ ରାମଦାସପୁରରେ କେଲକାତାର ଏକ କମ୍ପାନି ଔଷଧ ଫ୍ୟାକ୍ଟ୍ରି କରିବା ପାଇଁ ମଞ୍ଜୁରୀ ମିଳିଛି। ଏହି ଫ୍ୟାକ୍ଟ୍ରିରେ ୬୫ କୋଟି ଟଙ୍କା ନିବେଶ କରାଯିବ। ୩୬୫ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ଆଲୁମିନିୟମ ତାର ଏବଂ କଣ୍ଡକ୍ଟର ଫ୍ୟାକ୍ଟ୍ରି ପାଇଁ ଡାମନର ସିଲଭାସା, ରାଜସ୍ଥାନର ଏକ କମ୍ପାନିକୁ ମଞ୍ଜୁରୀ ମିଳିଛି। ଏହି ଦୁଇଟି ଫ୍ୟାକ୍ଟ୍ରିରେ ୧୦୬ କୋଟି ଟଙ୍କା ନିବେଶ କରାଯିବ। ଅନୁଗୁଳ ଏବଂ ଝାରସୁଗୁଡ଼ାଠାରେ ପ୍ରକଳ୍ପ ସ୍ଥାପନ ପାଇଁ ଅନୁମତି ଦେଇଛନ୍ତି ସରକାର।

ବୈଠକ ପରେ ଇପିକଲ୍ ସିଜିଏମ୍ କଲ୍ୟାଣ ମହାନ୍ତି କହିଛନ୍ତି, “ସଚିବାଳୟରେ ୭୯ତମ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ବୈଠକ ବସିଥିଲା। ଏହି ବୈଠକରେ ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ମୋଟ ୩୪୮.୫ କୋଟି ଟଙ୍କା ନିବେଶ ହେବା ସହ ୬ ହଜାର ୧୫ ଜଣଙ୍କୁ ନିଯୁକ୍ତି ମିଳିବ।”

Comment