ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ତ୍ୱରିତ ରାୟ ପ୍ରକାଶ କରିଛନ୍ତି ଫାଷ୍ଟଟ୍ରାକ୍ କୋର୍ଟ। ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।
ମଧ୍ୟପ୍ରଦେଶର ଗ୍ୱାଲିୟରରେ ୩୭ ଦିନ ତଳେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣାର ମାତ୍ର ୩୭ ଦିନ ଭିତରେ ଫାଷ୍ଟଟ୍ରାକ୍ କୋର୍ଟ ମାମଲାର ରାୟ ଶୁଣାଇଛନ୍ତି। ଦୁଷ୍କର୍ମ ଅଭିଯୁକ୍ତ ଜିତେନ୍ଦ୍ର କୁସବାହକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।
ମାତ୍ର ୩୭ ଦିନରେ କୋର୍ଟ ତ୍ୱରିତ ନ୍ୟାୟ ପ୍ରଦାନ କରିଥିବାରୁ ପୀଡ଼ିତା ପରିବାର ଏବଂ ସାଧାରଣ ଲୋକେ ଖୁସି ପ୍ରକାଶ କରିଛନ୍ତି।
ଜୁନ୍ ୨୧ ତାରିଖର ଘଟଣା। ୬ ବର୍ଷର ଶିଶୁକନ୍ୟାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜିତେନ୍ଦ୍ର ଏକ ନିକାଞ୍ଚନ ଅଞ୍ଚଳକୁ ନେଇ ଯାଇଥିଲା। ସେଠାରେ ସେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପ୍ରମାଣ ନଷ୍ଟ ପାଇଁ ଶେଷରେ ଜିତେନ୍ଦ୍ର ଶିଶୁକନ୍ୟାକୁ ହତ୍ୟା କରିଥିଲା।
ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ମୃତଦେହ ଜବତ କରି ତଦନ୍ତ କରି ଜିତେନ୍ଦ୍ର ପାଖରେ ପହଞ୍ଚିଥିଲା। ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ନାବାଳିକା ଦୁଷ୍କର୍ମ ଏବହ ହତ୍ୟା ମାମଲାର ବିଚାର ଫଷ୍ଟଟ୍ରାକ୍ କୋର୍ଟରେ ଚାଲିଥିଲା। ଶେଷରେ ଆଜି ମାମଲାର ରାୟ ପ୍ରକାଶ କରିଛନ୍ତି ବିଚାରପତି ସଙ୍ଗୀତା ସିଂ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେଇଛନ୍ତି।








ମଧ୍ୟପ୍ରଦେଶ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ତ୍ୱରିତ ରାୟ ପ୍ରକାଶ କରିଛନ୍ତି ଫାଷ୍ଟଟ୍ରାକ୍ କୋର୍ଟ। ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।







