ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ୱଚା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ତେଣୁ ସମସ୍ତେ ନିଜ ତ୍ୱଚାକୁ ସୁନ୍ଦର କରିବାକୁ ଚାହାନ୍ତି। ଘରୋଇ ଉପାୟ ଜରିଆରେ କିପରି ପାଇବା ସୁନ୍ଦର ଚେହେରା। ଆସନ୍ତୁ ଜାଣିବା

କାର୍ଯ୍ୟ ଚାପ ଓ ବ୍ୟସ୍ତବହୁଳତା ହେତୁ ଶରୀର ଯତ୍ନ ନେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଅସମ୍ଭବ ହୋଇପଡୁଛି। ମାତ୍ର ନିଜ ଶରୀର ଓ ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପାୟ ଜରିଆରେ କିପରି ପାଇବା ସୁନ୍ଦର ଚେହେରା। ଆସନ୍ତୁ ଜାଣିବା

  • ଯଦି ଆପଣଙ୍କ ତ୍ୱଚାରେ ତେଲିଆ ଏବଂ ବ୍ରଣ ଆଦି ସମସ୍ୟା ରହିଛି, ତେବେ ଚିନ୍ତା କରନ୍ତୁ ନାହିଁ। ପାଚିଲା ଅମୃତଭଣ୍ଡା ବଟା, ଚନ୍ଦନ ପାଉଡର କିମ୍ବା ମୁଲତାନି ମାଟି, ମହୁକୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍‌ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ।ସପ୍ତାହକୁ ଥରେ ଏହି ପ୍ୟାକ୍‌ ବ୍ୟବହାର କରିବାଦ୍ୱାରା ଆପଣଙ୍କ ସ୍କିନ୍‌ ନର୍ମାଲ ହେବ, ବ୍ରଣ ସମସ୍ୟା ଦୂର ହେବ ଏବଂ ସର୍ବୋପରି ସ୍କିନ୍‌ଟୋନ୍‌ ସହ ଗ୍ଲୋ ମଧ୍ୟ ବଢିବ।
  • ମହୁ ମୁହଁ ପାଇଁ ଖୁବ୍‌ ଭଲ ହୋଇଥାଏ। ଆପଣ ସେଥିରୁ ମାତ୍ର ଗୋଟିଏ ଠୋପା ଆଣି ସେଥିରେ ସାମାନ୍ୟ ଗୋଲାପ ଜଲ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘସନ୍ତୁ। ଦେଖିବେ ଆପଣଙ୍କ ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।
  • ହଳଦୀ ଗୁଣ୍ଡ ବି ମହୁ ପରି ଭାରି ଉପକାରୀ। ଆପଣ ସାମାନ୍ୟ ହଳଦୀଗୁଣ୍ଡ ହାତରେ ନିଅନ୍ତୁ। ସେଥିରେ ଟିକେ ମହୁ ଓ ପାଣି ମାଶାଇ ମିଶ୍ରଣ କରି ମୁହଁରେ ଲେପ ଦିଅନ୍ତୁ। ଲେପ ଶୁଖିଯିବା ପରେ ପାରିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଚେହେରାରେ ଔଜଲ୍ୟ ଆଣିଥାଏ।ଘରେ ଯଦି ମରା ନଡ଼ିଆ ତେଲ ଅଛି ତେବେ ଖୁବ୍‌ ଭଲ। ମରା ନଡ଼ିଆ ତେଲକୁ ମୁହଁରେ ଦୈନିକ ମାଲିସ୍‌ କରିବା ଦ୍ୱାରା ମୁହଁର ଚମକ ବଢ଼ିଥାଏ।
  • ଦୈନିକ ଘିକୁଆଁରି ରସକୁ ମୁହଁରେ ଲଗାଇଲେ ତ୍ୱଚା ନରମ ହେବା ସହ ମୁହଁରେ ଥିବା ଧୂଳି କଣିକା ସବୁ ବାହାରି ଯାଇଥାନ୍ତି।
  • ଡାକ୍ତରଙ୍କଠାରୁ ଆରମ୍ଭ କରି ଯୋଗ ଗୁରୁ, ସେଲିବ୍ରେଟି ଏବଂ ସବୁ ଧରଣର ବିୟୁଟିସିଆନ୍‌ମାନେ ମତ ଦିଅନ୍ତିି ଯେ ପାଣି ପିଇବା ଉତ୍ତମ ତ୍ୱଚା ପାଇଁ ସବୁଠାରୁ ଅଧିକ ଜରୁରୀ। ଯିଏ ତେତେ ପରିମାଣରେ ପାଣି ପିଅନ୍ତି ତାଙ୍କ ତ୍ୱଚା ସେତେ ଚିକ୍କଣ ଦିଶେ। ବ୍ରଣ ସମସ୍ୟା ମଧ୍ୟ ପାଖ ପଶେ ନାହିଁ।
  • ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଫଳରେ ତ୍ୱଚା ତେଲିଆ ଦିଶେ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚକମକ କରିବ। ପାରୁଛନ୍ତି ଯଦି କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ।
  • ଚା, କଫି କିମ୍ବା ଫାଷ୍ଟ୍‍ଫୁଡ୍‌ରୁ ନିଜକୁ ଦୂରେଇ ରଖନ୍ତୁ। ମନେ ରଖନ୍ତୁ ଫାଷ୍ଟ୍‍ଫୁଡ୍‌ ପ୍ରିୟ ଲୋକଙ୍କ ମଧ୍ୟରେ ଖୁବ୍‌ କମ୍‌ ବୟସରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡ଼େ।ମଝିରେ ମଝିରେ ଗରମ ପାଣିରେ ମୁହଁକୁ ବାମ୍ଫ ଦିଅନ୍ତୁ। ଫଳରେ ଆପଣଙ୍କ ମୁହଁରେ ଥିବା ଧୂଳିକଣିକା ବାହାରିଯିବ ଏବଂ ଆପଣଙ୍କ ମୁହଁ ପୂର୍ବପେକ୍ଷା ଉଜ୍ୱଳ ଦିଶିବ। ଅତିକମ୍‌ରେ ସପ୍ତାହକୁ ଥରୁଟିଏ ଏହି ବାମ୍ଫ ଦିଅନ୍ତୁ।
  • ଖରାରେ ଯାଉଥିଲେ ସନ୍‌ସ୍କ୍ରିନ୍‌ ଲୋସନ ନିଶ୍ଚୟ ଲଗାନ୍ତୁ। ନଚେତ ସୂର୍ଯ୍ୟକରିଣ ମୁହଁରେ ବାଜି ମୁହଁ ଟ୍ୟାନ୍‌ ହେବା ଦ୍ୱାରା ଯୁବାପଣ କ୍ଷୟ ହୋଇଥାଏ।
  • ମଝିରେ ମଝିରେ ମୁହଁରେ ଅମୃତଭଣ୍ଡା, କଦଳୀ, ଆଳୁ, ବିଲାତି ବାଇଗଣ କିମ୍ବା ମହୁ କୌଣସିରୁ ଗୋଟାଏ ଲେପ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।
  • ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ। ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ।
  • ଦୁଇ ଚାମଚ ଘିକୁଆଁରି, ଅଳ୍ପ ହଳଦୀଗୁଣ୍ଡ, ଏକ ଚାମଚ ଲେଖାଏଁ ମହୁ ଏବଂ କ୍ଷୀରକୁ ଭଳ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାନ୍ତୁ। ୨୦ ମିନିଟ୍‌ ରଖିବା ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏପରି କରିବା ଦ୍ୱାରା ତ୍ୱଚାର ପ୍ରାକୃତିକ ଉଜ୍ଜ୍ୱଳତା ଆସିଥାଏ।ଏକ କପ୍‌ ମସୁର ଡାଲି, ଅଧା କପ୍‌ ଓଟ୍‌ମିଲ୍‌, ୧/୪ କପ୍‌ ଚାଉଳ, ୮-୯ଟି ଆଲମଣ୍ଡକୁ ଏକାଠି ଗ୍ରାଇଣ୍ଡ କରି ଦିଅନ୍ତୁ। ଏହି ମିଶ୍ରଣରେ ଅଳ୍ପ ହଳଦୀଗୁଣ୍ଡ ଏବଂ ଆବଶ୍ୟକ ଅନୁଯାୟୀ ଗୋଲାପଜଳ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ। ଆପଣ ଚାହିଁଲେ ଏହି ପ୍ୟାକ୍‌କୁ ସାରା ଦେହରେ ଲଗାଇ ପାରିବେ। ପ୍ରତି ୭- ୧୦ ଦିନ ବ୍ୟବଧାନରେ ଏହି ପ୍ୟାକ୍‌ ବ୍ୟବହାର କରନ୍ତୁ ଏହା ଟ୍ୟାନିଂ ସମସ୍ୟା ଦୂର କରିବା ସହ ତ୍ୱଚାକୁ ଗୋରା, ଚିକ୍କଣ ଏବଂ ଦାଗମୁକ୍ତ କରିବାରେ ସାହାଯ୍ୟ କରିବ।
  • ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇ ତିନି ବୁନ୍ଦା ଅଲିଭ୍‌ ଅଏଲ୍‌ ନେଇ ମୁହଁରେ ମସାଜ କରନ୍ତୁ। ମୁହଁରେ ଗୋଲାକାରରେ ତଳୁ ଉପରକୁ ୨-୩ ମିନିଟ୍‌ ମସାଜ କରିବା ପରେ ଏକ ଟାଓ୍ବାଲ୍‌କୁ ଉଷୁମ ପାଣିରେ ବୁଡାଇ ଚିପୁଡି ମୁହଁରେ ୩୦-୪୦ ସେକେଣ୍ଡ ପର୍ଯ୍ୟନ୍ତ ଷ୍ଟିମ୍‌ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ ରଖିବା ସହ ଉଜ୍ଜ୍ୱଳ ବି କରିଥାଏ।

LEAVE A REPLY

Please enter your comment!
Please enter your name here