ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଭାରତ ବଜାରରେ ପ୍ରବେଶ କରିଛି ହିରୋ କରିଜମା ଜେଡଏମଆର।

ପାଖାପାଖି ଦେଢ଼ବର୍ଷ ପରେ ପୁଣି ଭାରତ ବଜାରରେ ପ୍ରବେଶ କରିଛି ହିରୋ କରିଜମା ଜେଡଏମଆର। କମ୍ପାନି ୱେବସାଇଟରେ ଏହାର ସୂଚନା ଦିଆଯାଇଛି। ଏହା ଭାରିଏଣ୍ଟ୍ ଷ୍ଟାଣ୍ଡାଡର୍ସ ଓ ଡୁଆଲ ଟୋନରେ ଉପଲବ୍ଧ ହେବ। ଯାହାର ମୂଲ୍ୟ ଅତିକମରେ ୧.୮ଲକ୍ଷ ଓ ୧.୧୦ଲକ୍ଷ ରହିଛି।

୨୦୦୩ ଲଞ୍ଚ୍ ହେବା ପରେ ହିରୋ କରିଜମା ଜେଡଏମଆର ବାଇକ୍‌ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଥିଲା।

ଦୀର୍ଘଦିନ ଧରି ଏହି ଗାଡ଼ି ନିଜ ପ୍ରଦର୍ଶନ ଓ ବିକ୍ରି ମାମଲାରେ ବାଜାଜ ପଲସର ୨୨୦ଏଫ୍ ସହ ପ୍ରତିଦ୍ଵନ୍ଦିତା କରୁଥିଲା। କିନ୍ତୁ ନୂଆନୂଆ ବାଇକ୍‌ର ବଜାର ପ୍ରବେଶ ଫଳରେ ହିରୋ କରିଜମା ଜେଡଏମଆର ବିକ୍ରିରେ ପଛରେ ପଡ଼ିଯାଇଥିଲା।

୨୦୧୮ରେ ହିରୋ କରିଜମା ଜେଡଏମଆର ବାଇକରେ କୌଣସି ନୂଆ କସମେଟିକ୍‌ ଅପଡେଟ୍ କରାଯାଇନାହିଁ। ଏହି ବାଇକରେ ୨୨୩ସିସି ସିଙ୍ଗିଲ୍ ସିଲିଣ୍ଡର, ଫୁଏଲ୍ ଇନଜେକସନ୍ ସହ ଅଏଲ୍ କୁଲ୍ଡ ଇଞ୍ଜିନ୍‌ ଉପଲବ୍ଧ ରହିଛି।

ଏହି ଇଞ୍ଜିନ ୮୦୦୦ଆରପିଏମ ଉପରେ ୨୦ବିଏଚପି ର ପାୱାର ଓ ୬୫୦୦ଆରପିଏମ ଉପରେ ୧୯.୭ ଏନଏମର ପିକ୍ ଟ୍ରାକ୍ ଜେନେରେଟ କରେ। ଟ୍ରାନ୍ସମିଶନ ପାଇଁ ଏହାକୁ ୫-ସ୍ପିଡ୍ ଗିୟରବକ୍ସ ସହ ଯୋଡ଼ାଯାଇଛି। ଏହି ବାଇକର ଟପ୍ ସ୍ପିଡ୍ ୧୨୯କେଏମପିଏଚ ରହିଛି।

Comment