ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରିବା ପାଇଁ ଆଜି ଏକାଠି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ପ୍ରଧାନମମନ୍ତ୍ରୀ ଫସଲ ବୀମା ଯୋଜନାର ବକେୟା ରାଶି ଚାଷୀମାନଙ୍କୁ ପ୍ରଦାନ କରିବାକୁ କହିଛନ୍ତି। ଖୁବ୍‌ଶୀଘ୍ର ଫସଲ ବୀମା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “୨୦ରୁ ୨୫ ଦିନ ଭିତରେ ବୀମା ରାଶି ପ୍ରଦାନ କରାଯିବ। ଫସଲ ବୀମା ରାଶି ବଣ୍ଟନ କରିବା ପାଇଁ ଦୁଇଟି ରାଷ୍ଟ୍ରାୟତ୍ତ କମ୍ପାନି ଏବଂ ଦୁଇଟି ଘରୋଇ କମ୍ପାନିକୁ ଦାୟିତ୍ୱ ଦିଆଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ପ୍ରିମିୟମ ଦେଇଥିଲେ ମଧ୍ୟ ଫସଲ କଟା ପରେ ସମନ୍ୱୟ ଅଭାବରୁ ବୀମା ରାଶି ମିଳିପାରି ନାହିଁ।”

ଏଗ୍ରିକଲ୍‌ଚରାଲ ଇନସ୍ୟୁରାନ୍ସ କମ୍ପାନିକୁ ୧୫୬ କୋଟି ଟଙ୍କା ପ୍ରଦାନ କରିବାକୁ ଥିବା ବେଳେ ସେଥିମଧ୍ୟରୁ ୧୫୪ କୋଟି ଟଙ୍କା କମ୍ପାନି ପ୍ରଦାନ କରିଛନ୍ତି। ସେହିପରି ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନି ଉପରେ ମୋଟ ୭୯୮ କୋଟି ଟଙ୍କା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୧୯୯୯.୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୭ ଖରିଫ୍ ଋତୁ ପାଇଁ ୩୫୨ କୋଟି ଟଙ୍କା ପ୍ରଦାନ କରିବା ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଧର୍ମେନ୍ଦ୍ର କହିଛନ୍ତି।

Comment