ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ବୁଧବାର ନାଲ୍‌କୋ ଅଭିମୁଖେ ଯାଉଥିବାବେଳେ ବିଜେପି ନେତ୍ରୀମାନେ ତାଙ୍କୁ ନାଲ୍‌କୋ ଛକଠାରେ କଳାପତାକା ଦେଖାଇଥିଲେ। 

ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କଳାପତାକା ପ୍ରଦର୍ଶନ। ବୁଧବାରଦିନ ଅନୁଗୋଳ ଗସ୍ତରେ ଯାଇଥିବାବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କୁ ନାଲ୍‌କୋ ଛକଠାରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଅନୁଗୋଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରି ଭାଜପା ମହିଳା ନେତ୍ରୀମାନେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ଫଳରେ ୩ ବିଜେପି ନେତ୍ରୀଙ୍କୁ ନାଲ୍‌କୋ ପୋଲିସ ଗିରଫ କରିଛି।

ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ବୁଧବାରଦିନ ନାଲକୋର ଏକ ସେମିନାରରେ ଯୋଗ ଦେବାକୁ ଯାଉଥିଲେ। ବିରୋଧ ସତ୍ତ୍ୱେ ମନ୍ତ୍ରୀ ସୁଶାନ୍ତ ସିଂ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

Comment