ଓଡ଼ିଶାଲାଇଭ୍ ବ୍ୟୁରୋ

ସୈତାନ ସାଜିଲେ ଗୁରୁ। ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ଲଗାଇଲେ ଟ୍ୟୁସନ୍ ସାର୍। ୩ମାସରେ ୫ ଛାତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଗିରଫ ହେଲେ ଶିକ୍ଷକ। ଏହି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ତଳେସର ଗାଁରେ। ଅଭିଯୁକ୍ତ ହେଲେ ରବୀନ୍ଦ୍ର ସାହୁ।
ତାଳସେର ଗାଁରେ ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ ୩ ମାସ ହେଲା ରବୀନ୍ଦ୍ର କେତେକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ସମୟରେ ୫ ଛାତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଆସିଥିଲେ। ଲୋକଲଜ୍ଜା ଭୟରେ କେହି ଏକଥା ବାହାରେ ପ୍ରକାଶ କରୁନଥିଲେ।
ତେବେ ଗତକାଲି ଏହାକୁ ନେଇ ଦୁଇ ଜଣ ଅଭିଭାବକ ରବୀନ୍ଦ୍ରଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏହା ପରେ ଥାନାରେ ଅଭିଯୋଗ କରିଥିଲେ ଅଭିଭାବକ। ପୋଲିସ୍ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ରବୀନ୍ଦ୍ରଙ୍କୁ ବୁଧବାରଦିନ ଗିରଫ କରିଛି।














