ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମଭି-୭୮ ଗ୍ରାମ ପୋଖରୀରୁ ଏକ ୬ ଫୁଟ ଲମ୍ବର ଗୋମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛିା

ମାଲକାନଗିରି ଜିଲ୍ଲା ଏମଭି-୭୮ର ଗାଁ ପୋଖରୀରୁ ମିଳିଲା ୬ଫୁଟିଆ କୁମ୍ଭୀର। ଗ୍ରାମବାସୀମାନେ ପୋଖରୀରେ ଗାଧୋଇବା ସମୟରେ କୁମ୍ଭୀରକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପୋଖରୀରୁ କୁମ୍ଭୀରକୁ ଧରିଥିଲେ।

ଏହି କୁମ୍ଭୀରଟି ୨ ବର୍ଷ ତଳେ ସ୍ଥାନୀୟ ନଦୀରୁ ଏମଭି-୭୮ ଗ୍ରାମ ମୁଣ୍ଡରେ ଥିବା ବଡ ପୋଖରୀ ଭିତରକୁ ପସି ଆସିଥିଲା। ଗ୍ରାମବାସୀ ଏହା ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଏହାକୁ ଧରି ନପାରି ଗ୍ରାମବାସୀ ମାନଙ୍କୁ ଧରିବାକୁ କହିଥିଲେ।

କୁମ୍ଭୀରଟି ପୋଖରୀରେ ଥିବା ମାଛ ଖାଇଯାଉଥିବା ବେଳେ ଗ୍ରାମବାସୀ ମାନେ ଗାଧୋଇବାକୁ ଗଲା ବେଳେ ପୋଖରୀ କୁଳକୁ ଚାଲିଆସୁଥିଲା। ଫଳରେ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଆସୁଥିଲେ। ପ୍ରତିଦିନ କୁମ୍ଭୀର ଉତ୍ପାତ ବଢ଼ିବାରୁ ଏହାକୁ ଧରିବାକୁ ଗ୍ରାମବାସୀମାନେ ଜାଲ ବିଛାଇଥିଲେ।

ସୋମବାରଦିନ ସକାଳ ୬ଟା ସମୟରେ ଗ୍ରାମର ଆନନ୍ଦ ହାଲଦାର, ଉତୋମ ଯୋଦାର, ଅପୁର୍ବ ମଣ୍ଡଳ, ଉତୋମ ବିଶ୍ୱାସ, ଅସିମ ଯୋଦାର କୁମ୍ଭୀରକୁ କାବୁ କରିଥିଲେ। ପରେ ବନ ବିଭାଗର ଅଧୀକାରୀମାନେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିବା ଜଣାପଡ଼ିଛିା

ତେବେ ଏତେ ବଡ଼ କୁମ୍ଭୀର ପୋଖରୀକୁ କିପରି ଆସିଲା ଓ ନା ଆହୁରି ଅଧିକ ଅଛନ୍ତି ତାକୁ ନେଇ ଗ୍ରାମବାସୀ ଆତଙ୍କିତ। ଏହି କୁମ୍ଭୀରକୁ ବନବିଭାଗ ବାଲିମେଳା ଡ୍ୟାମରେ ଛାଡିବ ବୋଲି କହିଛି।

Comment