ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡୋନେସିଆର ଲୋମ୍ବୋକ୍‌ ଦ୍ୱୀପରେ ସଂଘଟିତ ଭୂମିକମ୍ପ ଯୋଗୁଁ ୮୨ ଲୋକଙ୍କର ଜୀବନହାନି ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂକମ୍ପନର ତୀବ୍ରତା ଥିଲା ୭. ୦।

ଇଣ୍ଡୋନେସିଆର ଲୋମବୋକ ଦ୍ୱୀପରେ ବଡ ଧରଣର ଭୂମିକମ୍ପ। ଭୂମିକମ୍ପ ଯୋଗୁଁ ଅନେକ ଘର ଭାଙ୍ଗିଯାଇଛି। ଏଥିରେ ୮୨ ଜଣଙ୍କର ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦।

ହଜାର ହଜାର ଲୋକଙ୍କୁ ଆଶ୍ରୟସ୍ଥଳକୁ ଅଣାଯାଇଛି ବୋଲି ଦେଶର ‘ନେସ୍‌ନାଲ୍‌ ଡିଜାଷ୍ଟର୍‌ ମିଟିଗେସନ୍‌ ଏଜେନ୍‌ସି’ କହିଛି।

ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପର୍ଯ୍ୟଟକ ଓ ବାସିନ୍ଦାମାନେ ଭୟଭୀତ ହୋଇଯାଇଥିଲେ। ଫଳରେ ଲୋକେ ଘର, ହୋଟେଲ୍‌ ଓ ରେସ୍ତୋରାଁ ସବୁରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ। ଝରକା ଓ କବାଟ ଧଡ଼ ଧଡ଼ ହୋଇ କମ୍ପିବାରୁ ଲୋମ୍ପୋକ୍‌ରେ ହଜାର ହଜାର ଲୋକେ ସେମାନଙ୍କର ଘରୁ ବାହାରି ଖୋଲା ଜାଗାକୁ ପଳାଇ ଆସିଥିଲେ।

ଲୋମ୍ବୋକ୍‌ର ଉତ୍ତର ଓ ପଶ୍ଚିମ ଭାଗରେ ଅଧିକ ଲୋକ ମୃତାହତ ହୋଇଛନ୍ତି ବୋଲି ଜଣାପଡ଼ିଛି।

ଭୂମିକମ୍ପକୁ ନେଇ ସୁନାମୀ ସତର୍କ ସୂଚନା ଜାରି କରାଯାଇଥିଲା; ମାତ୍ର ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଇଣ୍ଡୋନେସିଆ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର କହିବା ଅନୁଯାୟୀ ୧୦ କିମି ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଛି।

ସପ୍ତାହେ ପୂର୍ବରୁ ଏହି ଦ୍ୱୀପରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇ ୧୭ଜଣଙ୍କର ମୃତ୍ୟୁ ହୋଇଥିଲା।

Comment