ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରା ପଡ଼ିଥିବା କୁଖ୍ୟାତ ଆତଙ୍କବାଦୀ ହବିବୁର ରହମାନର ଘର କେନ୍ଦ୍ରାପଡା ଜିଲ୍ଲାରେ କୁହାଯାଉଥିବା ବେଳେ ତାହାର ନିର୍ଦ୍ଦିଷ୍ଟ ଠିକଣା ପାଇବାକୁ କେନ୍ଦ୍ରାପଡ଼ା ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି।
ଆଜି ପ୍ରାୟ ରାତି ୧୦ଟା ରେ କେନ୍ଦ୍ରାପଡ଼ା ଜିଲା ଗୋଇନ୍ଦା ବିଭାଗର ଡିଏସପି ରଞ୍ଜନ ଦେ ଓ ପାଟକୁରା ଥାନା ଇନ୍ସପେକ୍ଟର ସୁଜିତ ପ୍ରଧାନ ହବିବୁରର ଘର ଠାବ କରିବା ପାଇଁ ପତ୍ତା ଲଗାଇଥିଲେ। ଶେଷରେ ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗ୍ରାମରେ ହବିବୁର୍ର ଘର ବୋଲି ଠାବ କରିଛନ୍ତି। ହବିବୁରର ବାପା ହେଉଛନ୍ତି ମିର ଅଇନୁଲ ଖାନ୍।
ଅଇନୁଲ କହିଛନ୍ତି ଯେ ହବିବୁର ୧୯୮୫ ମସିହାରୁ ଘର ଛାଡ଼ି ମୁମ୍ବାଇରେ ରହି ଆସୁଥିଲା। ମୁମ୍ବାଇ ଗଲା ପରଠାରୁ ସେ ଘରକୁ ଫେରିନି। ମୁମ୍ବାଇରେ ହବିବୁରର ଦୁଇଟି ସ୍ତ୍ରୀ ଅଛନ୍ତି। ପୋଲିସ ଅନୁ ସନ୍ଧାନରୁ ଜଣା ପଡିଛି କି ହବିବୁର ଜାଲ ପାସ୍ ପୋର୍ଟରେ ଭାରତ ବହାରକୁ ଯାଇଥିଲା।
କିଛି ବର୍ଷ ତଳେ କେନ୍ଦ୍ରାପଡ଼ା ସହରର ମଦ୍ରାସାରେ ପାଠ ପଢ଼ୁଥିବା ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ରଖିବା ଅଭିଯୋଗରେ ଅବଦୁଲ ରେହେମନକୁ ଗିରଫ କରାଯାଇଥିଲା। ଅବଦୁଲ ରହେମନର ଘର କଟକ ଜିଲ୍ଲାର ଜଗତପୁର ଥାନା ଅଞ୍ଚଳରେ। ଏହାଛଡ଼ା କିଛିଦିନ ତଳେ କେନ୍ଦ୍ରାପଡ଼ା ରଣପଡା ଗାଁର ଯୁବକ ମହମ୍ମଦ ଜାଭେଦକୁ ରାଜସ୍ତାନ ପୋଲିସ ପାକିସ୍ତାନ ବର୍ଡରରୁ ଗିରଫ କରିଥିଲା।
ଜମିନ୍ରେ ଆସିଥିବା ଜାଭେଦ ଏବେ ମଧ୍ୟ ଫେରାର ହୋଇଯାଇଛି। ରାଜସ୍ଥାନ ପୋଲିସ କେନ୍ଦ୍ରାପଡ଼ାଆସି ଜାଭେଦର ପତ୍ତା ପାଇନଥିଲା। ଜଣକ ପରେ ଜଣେ ଆତଙ୍କବାଦୀ କେନ୍ଦ୍ରାପଡ଼ାରୁ ବାହାରୁଥିବାରୁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।