ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନବରଙ୍ଗପୁର ପାପଡ଼ାହାଣ୍ଡିରେ ଅଜବ ପରମ୍ପରା
  • ଚିତାଲାଗି ଅମାବାସ୍ୟାରେ ୨୨ରୁ ଅଧିକ ପିଲାଙ୍କୁ ଦିଆଗଲା ଚେଙ୍କ
  • କାଠି ଖଡ଼ିକାକୁ ଗରମ କରି ଦିଆଗଲା ଚେଙ୍କ
  • ଚେଙ୍କ ଦେଲେ ପିଲା ନିରୋଗ ରହିବାର ବିଶ୍ୱାସ
  • ଶିଶୁ କଲ୍ୟାଣ ବିଭାଗର ତନାଘନା

ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେ ବି ଆମ ସମାଜ ବଞ୍ଚି ରହିଛି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ନିରୋଗ ରହିବା ପାଇଁ ଏଠାରେ ଦିଆଯାଏ କଅଁଳ ଶିଶୁମାନଙ୍କୁ ଚେଙ୍କ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି  ଗ୍ରାମରେ ଚିତାଲାଗି ଅମାବାସ୍ୟା ଅବସରରେ ୨୨ରୁ ଅଧିକ ଶିଶୁଙ୍କୁ ଚେଙ୍କ ଦିଆଯାଇଛି।

ଏହି ଚେଙ୍କ ପାପଡ଼ାହାଣ୍ଡି ଗ୍ରାମରେ ପ୍ରଚଳିତ ପୁରୁଣା ପରମ୍ପରା। ଏଠାକାର ଲୋକଙ୍କ ବିଶ୍ୱାସ ରହିଛି ଯେ, ଚିତାଲାଗି ଅମାବାସ୍ୟା ଦିନ ଜନ୍ମରୁ ୭ ବର୍ଷ ଯାଏଁ ଶିଶୁମାନଙ୍କୁ ଚେଙ୍କ  ଦେଲେ ସେମାନେ ନିରୋଗ ରହିଥାନ୍ତି।

କାଠି ଖଡ଼ିକାକୁ ଗରମ କରାଯାଇ ପିଲାମାନଙ୍କୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ଶିଶୁ କଲ୍ୟାଣ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ତନାଘନା କରିଛନ୍ତି।

ଶିଶୁଙ୍କୁ ଚେଙ୍କ ନଦେବା ପାଇଁ ସଚେତନ କରାଯାଉଛି। ହେଲେ ଲୋକେ ସଚେତନ ହେଉ ନାହାନ୍ତି। ଫଳରେ ବାରମ୍ବାର ଏଭଳି ଘଟଣା ଏହି ଅଞ୍ଚଳରେ ଘଟୁଥିବା ଜଣାପଡ଼ିଛି।

Comment