ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ଏପରି ଘଟଣା ମାଲକାନଗିରି ଜିଲା କରୁକୋଣ୍ଡା ବ୍ଲକର ଡୁଟେଲଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି 

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। କୋରୁକୋଣ୍ଡା ବ୍ଲକର ଦୁତେଲଗୁଡା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଦୀର୍ଘ ୩ କିଲୋମିଟର ବୁହାହୋଇଥିଲା।

ଲଗାଣ ବର୍ଷା ଯୋଗୁଁ ଗାଁର ରାସ୍ତାଟି ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲେ। ଗତକାଲି ମହିଳାଜଣକଙ୍କ ପ୍ରସବ ବେଦନା ବଢ଼ିବା ଫଳରେ ସେଠାକାର ଆଶାକର୍ମୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ଗାଁଠାରୁ ୩ କିମି ଦୁରରେ ଅଟକି ଯାଇଥିଲା।

ମହିଳାଙ୍କ ପରିସ୍ଥିତି ସଙ୍ଗୀନ ହେବାର ଦେଖାଯିବାରୁ ବାଧ୍ୟ ହୋଇ ଗାଁର କିଛି ବଦାନ୍ୟ ବ୍ୟକ୍ତି ଓ ପରିବାର ଲୋକେ ମହିଳାଙ୍କୁ ଏକ ଖଟିଆରେ ବୋହି ନେଇଥିଲେ ଆମ୍ଭୁଲାନ୍ସ ନିକଟକୁ। ସେଠାରୁ ଗର୍ଭବତୀ ମହିଳା ଜଣକକୋରୁକୋଣ୍ଡା ସ୍ଵାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଯାଇଥିଲେ ।

ଜିଲ୍ଲାର ଗାଁ ଗହଳିର ରାସ୍ତାଗୁଡିକ ଏଭଳି ଅବସ୍ଥା ଯୋଗୁଁ ଅନେକ ସମୟରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆ କିମ୍ବା କାଉଡିରେ ଯିବାକୁ ନେବାକୁ ପଡ଼ୁଛି।

Comment