ଓଡ଼ିଶାଲାଇଭ୍‌ ବ୍ୟୁରୋ

  ମୟୂରଭଞ୍ଜରେ ବାଲ୍ୟ ବିବାହ ପରି କୁସଂସ୍କାରକୁ ଆମ ସମାଜରୁ ରୋକିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ମୟୂରଭଞ୍ଜ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବାଲ୍ୟ ବିବାହ ପରି କୁସଂସ୍କାରକୁ ସମାଜରୁ ରୋକିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଅ।ଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଥିବା ବିଭିନ୍ନ ବିଦ୍ୟାଳୟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଅ।ୟୋଜନ କରାଯାଉଛି।

ନିକଟରେ ଏହିଭଳି ଏକ ସଚେତନତା କାର୍ଯ୍ୟକ୍ରମ ବଡସାହି ସମେତ ଜିଲ୍ଲାର ବିଭିନ୍ନ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଏଥିରେ ସାମିଲ କରାଯାଇଥିଲା।

ଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇ ସେମାନଙ୍କ ଦ୍ଵାରା ଏହିଭଳି ସାମାଜିକ କୁସଂସ୍କାରକୁ ସମାଜରୁ ଦୂରେଇ ରଖାଯିବାକୁ ପ୍ରୟାସ ଅ।ରମ୍ଭ କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ।

୧୮ ବର୍ଷରୁ କମ ବୟସର ଝିଅମାନଙ୍କୁ ବିବାହ କରାଇଲେ ସେମାନଙ୍କ ଜୀବନରେ ଦେଖାଯାଉଥିବା ସମସ୍ୟା ଏବଂ ସାମାଜିକ ସମସ୍ୟା ସମ୍ପର୍କରେ ବକ୍ତାମାନେ ଉପସ୍ଥିତ ଅଭିଭାବକ ଏଵଂ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

Comment