ଓଡ଼ିଶାଲାଇଭ୍‌ ବ୍ୟୁରୋ

୮୦ ପଦବୀ ପାଇଁ ଅନୁଷ୍ଠିତ ପରୀକ୍ଷାରେ ୮ ହଜାର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ପ୍ରାର୍ଥୀ ଫେଲ୍ ହୋଇଯାଇଛନ୍ତି।

ଗୋଆ ରାଜ୍ୟରେ ସରକାରୀ ଆକାଉଣ୍ଟାଣ୍ଟ୍ ପଦବୀ ପାଇଁ ଏକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୮୦ଟି ପଦବୀ ପାଇଁ ହେଉଥିବା ଏହି ପରୀକ୍ଷାରେ ଭାଗ ନେଇଥିଲେ ମୋଟ ୮ ହଜାର ପରୀକ୍ଷାର୍ଥୀ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ପ୍ରାର୍ଥୀ ଫେଲ୍ ହୋଇଯାଇଛନ୍ତି।

ଏହି ପରୀକ୍ଷାରେ ପାସ୍‌ କରିବା ପାଇଁ ଅତିକମରେ ୧୦୦ରୁ ୫୦ ମାର୍କ ରଖିବା ଆବଶ୍ୟକ ଥିଲା। କିନ୍ତୁ କୌଣସି ପରୀକ୍ଷାର୍ଥୀ ୫୦ ପ୍ରତିଶତ ମାର୍କ ରଖିବାକୁ ସକ୍ଷମ ହୋଇପାରିନଥିଲେ। ଏହି ପରୀକ୍ଷାରେ ଯୋଗ ଦେବା ପାଇଁ ପରୀକ୍ଷାର୍ଥୀଙ୍କ ଯୋଗ୍ୟତା ଥିଲା ଗ୍ରାଜୁଏସନ୍।

ଗତ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ଇଂରାଜୀ, ସାଧାରଣ ଜ୍ଞାନ ଓ ଆକାଉଣ୍ଟ ସମ୍ବନ୍ଧିତ ପ୍ରଶ୍ନ ଆସିଥିଲା। କିନ୍ତୁ କୌଣସି ପ୍ରାର୍ଥୀ ସଠିକ୍ ଉତ୍ତର ଲେଖିପାରିନଥିଲେ।

Comment