ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ରାଶିରେ ସନ୍ତୁଷ୍ଟ ନାହାନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ।

୨୦ ବର୍ଷ ପରେ ଏସିଆନ ଗେମ୍ସର ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଦୂତି ଚାନ୍ଦ। ଦୂତିଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ଦେଢ଼ କୋଟି ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କିନ୍ତୁ ଦୂତି ଏହି ପୁରସ୍କାର ରାଶିରେ ସନ୍ତୁଷ୍ଟ ନାହାନ୍ତି। ଏସିଆନ ଗେମ୍ସରେ ଦୂତିଙ୍କ ଆଉ ଏକ ଇଭେଣ୍ଟ୍ ବାକି ଥିବାବେଳେ ଦୂତି କହିଛନ୍ତି, “ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଅନ୍ୟ ରାଜ୍ୟରେ ପଦକ ବିଜେତାମାନଙ୍କୁ ଅଧିକ ପୁରସ୍କାର ରାଶି ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣାରେ ମୁଁ ସନ୍ତୁଷ୍ଟ ନୁହେଁ। ଯଦି ଭୁବନେଶ୍ବରେ ଗୋଟିଏ ପ୍ଲଟ କିମ୍ବା ଘରଟିଏ ଯୋଗାଇ ଦିଆଯିବ ତେବେ ମୁଁ ଖୁସି ହେବି।”

ଇଣ୍ଡୋନେସିଆ ଜାକର୍ତ୍ତାରେ ଖେଳାଯାଉଥିବା ୨୦୧୮ ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ଗତକାଲି ଦୂତି ରୌପ୍ୟ ପଦକ ହାସଲ କରିଥିଲେ। ୧୧.୩୨ ସେକେଣ୍ଡରେ ୧୦୦ ମିଟରର ଦୂରତା ଅତିକ୍ରମ କରି ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଥିଲେ। ୨୦୧୮ ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଆଥଲେଟ୍ ଭାବରେ ଦୂତି ପଦକ ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Comment