ଓଡ଼ିଶାଲାଇଭ୍‌ ବ୍ୟୁରୋ 

ବଡ଼ ଭାଇଙ୍କ ଏମକେ ଆଲାଗିରିଙ୍କ ଧମକ ସତ୍ତ୍ଵେ ମଙ୍ଗଳବାରଦିନ ଡିଏମକେର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଏମକେ ଷ୍ଟାଲିନ୍।

ଦୀର୍ଘ ୪୯ ବର୍ଷ ପରେ ବଦଳିଛନ୍ତି ଡିଏମକେ ସୁପ୍ରିମୋ। ଏମ କରୁଣାନିଧିଙ୍କୁ ପରଲୋକ ପରେ ତାଙ୍କ ସ୍ଥାନ ନେଇଛନ୍ତି ପୁଅ ଷ୍ଟାଲିନ୍। ଷ୍ଟାଲିନ୍ ନିଜ ବଡ଼ ଭାଇଙ୍କ ଏମକେ ଆଲାଗିରିଙ୍କ ଧମକ ସତ୍ତ୍ଵେ ମଙ୍ଗଳବାର ଦିନ ଡିଏମକେର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଚେନ୍ନାଇସ୍ଥିତ ଡିଏମକେ ପାର୍ଟି କାର୍ଯ୍ୟାଳୟରେ ଏକ ଭବ୍ୟ ସମାରୋହରେ ପାର୍ଟି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ଗତକିଛି ଦିନ ତଳେ ଦଳର ଜେନେରାଲ କାଉନସିଲ୍ ବୈଠକରେ ଷ୍ଟାଲିନଙ୍କୁ ଦ୍ଵିତୀୟ ସଭାପତି କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ୬୫ଟି ଜିଲ୍ଲାର ଦଳୀୟ ସମ୍ପାଦକ ଷ୍ଟାଲିନଙ୍କୁ ସପକ୍ଷରେ ମତ ଦେଇଥିଲେ।

ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳରେ କ୍ଷମତା ଲଢ଼େଇ ଜୋରଦାର ଚାଲିଥିଲା। ଏମ୍‌କେ ଷ୍ଟାଲିନ୍‌ ଦଳର ଅଧ୍ୟକ୍ଷ ହେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବହିଷ୍କୃତ ଡିଏମ୍‌କେ ନେତା ତଥା ଭାଇ ଏମ୍‌କେ ଆଲାଗିରି ବି କ୍ଷମତାକୁ ଆସିବାକୁ ଚାହୁଁଥିଲେ। ତେଣୁ ଡିଏମ୍‌କେରେ ଯୋଗଦେବାକୁ ସେ ଦାବି କରିଥିଲେ। ଦଳରେ ସାମିଲ୍‌ କରାନଗଲେ, ଷ୍ଟାଲିନ୍‌ ଭୟଙ୍କର ଫଳାଫଳ ଭୋଗିବେ ବୋଲି ଆଲାଗିରି ଧମକ ଦେଇଥିଲେ।

କିନ୍ତୁ ଭାଇଙ୍କ ଧମକକୁ ବେଖାତିର କରି ଷ୍ଟାଲିନ୍ ମଙ୍ଗଳବାରଦିନ ଅଧ୍ୟକ୍ଷ ପଦ ହାତେଇଛନ୍ତି।

Comment