ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ଭୂକମ୍ପ ଝଟ୍କା ଲାଗିଛି। ସନ୍ଧ୍ୟା ୬ଟା୩୬ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବାରିପଦା, ଆନନ୍ଦପୁର ଓ ବାଲେଶ୍ୱରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଏବଂ ବଡ଼ ସାହିରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଫଳରେ ଭୟଭୀତ ହୋଇ ଲୋକେ ଘରୁ ବାହାରି ଆସିଛନ୍ତି।
ଭୂକମ୍ପରେ ବିଶେଷକିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ମାତ୍ର ୩୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦। ବାହାରେ ଥିବା ଲୋକମାନେ ଭୂକମ୍ପ ଝଟ୍କାକୁ ଅନୁଭବ କରିପାରି ନଥିଲେ। ଘରେ ଥିବା ଲୋକମାନେ ହିଁ ଭୂକମ୍ପ ଝଟ୍କାକୁ ଅନୁଭବ କରି ପାରିଥିଲେ।