ଓଡ଼ିଶାଲାଇଭ୍ ବ୍ୟୁରୋ

  • ଯେଉଁପିଲାମାନଙ୍କର ବାପା ନାହାନ୍ତି, ସେମାନଙ୍କୁ ମଧ୍ୟ ମିଳିପାରିବ ପ୍ୟାନ୍ କାର୍ଡ଼
  • ବାପାଙ୍କ ନାମ ପ୍ୟାନ୍ କାର୍ଡ଼ରେ ଜରୁରି ନୁହେଁ

ଏକକ ମା’ ଅଭିଭାବକ ଏବଂ ତାଙ୍କ ପିଲାଙ୍କ ପାଇଁ ଖୁସି ଖବର। ନିକଟରେ ଆଇଟି ବିଭାଗ ଏପରି ଲୋକଙ୍କୁ ପ୍ୟାନ୍ କାର୍ଡ଼ ପାଇଁ ବାପାଙ୍କର ନାମ ଆବଶ୍ୟକ କରିବ ନାହିଁ ବୋଲି ବିଚାର କରୁଛି। ଖାସକରି ଯେଉଁମାନଙ୍କର ମା’ ଏକାକୀ ରୁହନ୍ତି। ଏଥିପାଇଁ ବିଭାଗ ସମସ୍ତଙ୍କର ମତ ମଧ୍ୟ ଲୋଡ଼ିଛନ୍ତି।

ଇନକମ୍ ଟ୍ୟାକ୍ସ ନିୟମାନୁସାରେ, ୧୯୬୨ର ନିୟମ ୧୧୪ରେ  ପ୍ୟାନ୍ କାର୍ଡ଼ ତିଆରି କରିବାର ଫର୍ମୁଲା ଉଲ୍ଲେଖ କରାଯାଇଛି। ପ୍ୟାନ୍ କାର୍ଡ଼ ତିଆରି କରିବା ପାଇଁ ଫର୍ମ ନଂ ୪୯ଏ ଏବଂ ୪୯ଏଏ ପୂରଣ କରିବା ସମୟରେ ଏକକ ଅଭିଭାବକ ଭାବେ ମା’ଙ୍କ ନାମ ଲେଖିବେ।

ଆବେଦନ ଫର୍ମରେ ଆବେଦନକାରୀଙ୍କ ପାଇଁ ବାପାଙ୍କ ନାମ ଲେଖିବା ଆବଶ୍ୟକ ପଡ଼ିଥାଏ। ଏବେ ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରାଯାଉଛି। ଏହାବ୍ୟତୀତ ଆବେଦନକାରୀଙ୍କୁ କିଭଳି ଲାମିନେଟଯୁକ୍ତ  ପାନ୍ ଦିଆଯିବ ସେ ସମ୍ପର୍କରେ ପ୍ରିନ୍ସିପାଲ ଡାଇରେକ୍ଟର ଜେନେରାଲ ପାନ୍ କିମ୍ବା ଆୟକର ବିଭାଗ ଡାଇରେକ୍ଟର ଜେନେରାଲ ନିଷ୍ପତ୍ତି ନେବେ।

Comment