ଓଡ଼ିଶାଲାଇଭ୍ ବ୍ୟୁରୋ

୬୮ ବର୍ଷ ବୟସରେ ପାଦ ଥାପିଲେ ମୋଦି।

ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ। ସେ ୬୮ ବର୍ଷ ବୟସରେ ପାଦ ଥାପିଛନ୍ତି। ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ବିଜେପି ସମେତ ଅନ୍ୟ ଦଳର ନେତା, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାଧାରଣ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସାଧାରଣ ଲୋକମାନେ ଯେପରି ମୋଦିଙ୍କୁ ସିଧାସଳଖ ଶୁଭେଚ୍ଛା ଜଣାଇପାରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଧାରଣ ଲୋକଟିଏ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ପେଜ୍ ନରେନ୍ଦ୍ର ମୋଦି ଡଟ୍ ଇନ୍କୁ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ।

ଏହାଛଡ଼ା ଫେସ୍‌ବୁକ୍ କିମ୍ବା ଟୁଇଟର ଜରିଆରେ ମଧ୍ୟ ସାଧାରଣ ଲୋକେ ଶୁଭେଚ୍ଛା ଜଣାଇପାରିବେ। ଏହାପାଇଁ ପ୍ରଥମେ ଫେସ୍‌ବୁକ୍ କିମ୍ବା ଟୁଇଟର ଆକାଉଣ୍ଟକୁ ଲଗ୍‌ଇନ୍ କରିବାକୁ ପଡ଼ିବ। ଏହାପରେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ।

ଏହି ପେଜ୍‌ରେ ପ୍ରଧାନମନ୍ତ୍ରୀଙ୍କର ପିଲା ବେଳର ଫଟୋ ବି ରହିଛି। ତା’ଛଡ଼ା ତାଙ୍କ ଜୀବନର କିଛି ରୋଚକ ତଥ୍ୟ ମଧ୍ୟ ଦିଆଯାଇଛି। ଯଦି କେହି ପୂର୍ବରୁ ଏହି ପେଜ୍‌ରେ ନିଜ ନାମକୁ ପଞ୍ଜୀକରଣ କରି ନାହାନ୍ତି, ତେବେ ପ୍ରଥମେ ନିଜ ସମ୍ପର୍କରେ ତଥ୍ୟ ଦେଇ ନାମ ପଞ୍ଜୀକରଣ କରିବାକୁ ପଡ଼ିବ।

ଏହାପରେ ଲଗ୍‌ଇନ୍ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇପାରିବେ। ଉକ୍ତ ବ୍ୟକ୍ତିଙ୍କ ଶୁଭେଚ୍ଛା ବାର୍ତ୍ତା ତାଙ୍କ ପେଜ୍‌ରେ ଦୃଶ୍ୟମାନ ହେବ।

LEAVE A REPLY

Please enter your comment!
Please enter your name here