ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ବୁଧବାର ଦିନ ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି।

ସୁପ୍ରିମକୋର୍ଟର ବରିଷ୍ଠ ସକିଲ ଇନ୍ଦିରା ଜୟସିଂହ ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହାକୁ ବିଚାର କରି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ଲାଇଭ୍ ଷ୍ଟ୍ରିମିଂ କରିବାକୁ ରାଜି ହୋଇଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇ କହିଛନ୍ତି ଯେ ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ ପ୍ରକ୍ରିୟା ପ୍ରଥମେ ସୁପ୍ରିମକୋର୍ଟରୁ ଆରମ୍ଭ ହେବ। ଏଥିପାଇଁ ନିୟମ ତିଆରି କରିବାକୁ ପଡ଼ିବ। ଯେଉଁ ନିୟମ ପ୍ରଣୟନ ହେବ ଏହାକୁ ସମସ୍ତେ ମାନିବାକୁ ପଡ଼ିବ। ଲାଇଭ୍ ଷ୍ଟ୍ରିମିଂ ହେଲେ ନ୍ୟାୟପାଳିକାର ଉତ୍ତଦାୟିତ୍ୱ ବଢ଼ିବ।

ସିଧାପ୍ରସାରଣ ବାବଦରେ ସୁପ୍ରିମକୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କ ମତ ଲୋଡ଼ିଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଏହାକୁ ପ୍ରଥମେ ଟ୍ରାଏଲ ବେସିସ୍‌ରେ କରାଯାଇପାରେ।

ସୁପ୍ରିମକୋର୍ଟରେ ସିଧାପ୍ରସାରରଣ ହେବା ପରେ ସାରା ଦେଶର ଅନ୍ୟ ନ୍ୟାୟପାଳିକାରେ ଏହି ବ୍ୟବସ୍ଥା ଲାଗୁ କରାଯାଇପାରେ।

ଜନସ୍ୱାର୍ଥ ମାମଲାରେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଅନୁରୋଧ କରିଥିଲେ, “ଜାତୀୟ ଏବଂ ସାମ୍ବିଧାନିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ମାମଲାଗୁଡ଼ିକର ଭିଡିଓ ରେକର୍ଡିଂ କରିବା ସହ ସିଧାପ୍ରସାରଣ କରାଯିବା ଦରକାର।”

Comment