ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱଚ୍ଛତା ପକ୍ଷ ଅବସରରେ ନାଲ୍‌କୋ ଏବଂ ନାଲ୍‌କୋ ମହିଳା ସମିତି ଆନୁକୂଲ୍ୟରେ ମିଶନ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଙ୍କ ନେତୃତ୍ୱରେ ସମିତିର ସଦସ୍ୟାବୃନ୍ଦ ଏବଂ ନାଲ୍‌କୋର ସିଏସ୍ଆର୍ ଶାଖା ନାଲ୍‌କୋ ଫାଉଣ୍ଡେସନର ଅଧିକାରୀବୃନ୍ଦମାନେ ସେପ୍ଟେମ୍ବର ୨୭ ତାରିଖରେ ମିଶନ୍ ଆଶ୍ରା ଗସ୍ତ କରି ଏକ ଅଟୋମେଟିକ୍ ୱାସିଂ ମେସିନ ଏବଂ ଅନ୍ତେବାସୀମାନଙ୍କ ପାଇଁ ପୋଷାକ ପ୍ରଦାନ କରିଥିଲେ।

ପିପୁଲ୍ସ ଫୋରମ ଅଧିନସ୍ଥ ମିଶନ ଆଶ୍ରା ୨୫୦ ଜଣ ମାନସିକ ବିକାରଗସ୍ତ ବାଳିକା ଓ ମହିଳାଙ୍କୁ ଆଶ୍ରୟ ପ୍ରଦାନ କରିଛି। ଏହି ଅବସରରେ ନାଲ୍‌କୋ  ମହିଳା ସମିତିର ଉପଦେଷ୍ଟା ଗାୟତ୍ରୀ ବାଲସୁବ୍ରମଣ୍ୟମ, ସମ୍ପାଦିକା ପ୍ରତିଭା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment