ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜନ୍ମଦିନ।

ଭାରତର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହାବ୍ୟତୀତ ଟୁଇଟର ମାଧ୍ୟମରେ ମୋଦି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା ମଧ୍ୟ କରିଛନ୍ତି।

ଏହି ଅବସରରେ ଅନ୍ୟ ରାଜନେତାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନର କାମନା କରିଛନ୍ତି।

କୋବିନ୍ଦ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାସ୍ଥିତ ପରାଉଖ ଗାଁରେ ଅକ୍ଟୋବର ୧ ତାରିଖ ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ।

Comment