ଓଡ଼ିଶାଲାଇଭ୍ ବ୍ୟୁରୋ

- ଜିକା ଭାଇରସ୍କୁ ନେଇ ଭୟ
- ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ ଗର୍ଭବତୀ
- ସ୍ୱାସ୍ଥ୍ୟ ବିଭାଗ କରୁଛି ସଚେତନ
ରାଜସ୍ଥାନର ଜୟପୁରରେ ଜିକା ଭାଇରସ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଭାଇରସ୍ରେ ୫୦ଜଣ ଆକ୍ରାନ୍ତ ହୋଇସାରିଲେଣି। ଜିକା ଭାଇରସକୁ ନେଇ ଏବେ ରାଜ୍ୟରେ ଚିନ୍ତା ବଢିବାରେ ଲାଗିଛି। କିପରି ଭାଇରସକୁ ରୋକା ଯାଇପାରିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସଚେତନ କରୁଛି।
୫୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୧୧ଜଣ ହେଉଛନ୍ତି ଗର୍ଭବତୀ ମହିଳା। ଏହି ଭାଇରସ୍ ଦ୍ୱାରା ଗର୍ଭରେ ବଢୁଥିବା ଶିଶୁମାନଙ୍କର ମାଇକ୍ରୋସେଫେଲିର ହେବାର ଭୟ ରହିଛି। ଶିଶୁଟି ବିକଳାଙ୍ଗ ହୋଇ ଜନ୍ମ ହେବାର ବି ଆଶଙ୍କା ରହିଥାଏ।
ଜୟପୁରରେ ପ୍ରଥମଥର ଜଣେ ୮୫ବର୍ଷୀୟ ମହିଳାଙ୍କ ପାଖରୁ ଏହି ଭୂତାଣୁ ମିଳିଥିଲା। ଏହାପରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା।














