ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨ରୁ ସାରା ରାଜ୍ୟ ନେଇଛି ଗୋଟିଏ ସଂକଳ୍ପ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟକୁ ପଲିଥିନ ଓ ପ୍ରଦୂଷଣ ମୁକ୍ତ କରିବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ସମ୍ବଲପୁରରରେ ଦେଖିବାକୁ ମିଳିଛି ଏହାର ଏକ ଉଦାହରଣ।
ଏହି ତୋରଣକୁ ଯିଏ ଦେଖିବ ତା’ର ଆଖି ନିଶ୍ଚୟ ଅଟକି ଯିବ। ତୋରଣଠାରୁ ନେଇ ମୂର୍ତ୍ତି ପର୍ଯ୍ୟନ୍ତ ଯାହା ସବୁ ଏଠି ଦେଖିବାକୁ ମିଳୁଛି ସେ ସବୁ ନିର୍ମାଣ ହୋଇଛି ବିଭିନ୍ନ ପ୍ରାକୃତିକ ଜିନିଷରେ।

ପଲିଥିନର ସ୍ଥାନ ନେଲା ବାଉଁଶ
ବିଶେଷ କରି ବାଉଁଶର ବହୁଳ ବ୍ୟବହାର ଏଥିରେ କରାଯାଇଛି। ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଢ଼ଙ୍ଗରେ ଏଠି ତୋରଣ ଓ ମୂର୍ତ୍ତି ସଜାଯାଇଛି। ଯାହାକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼।
ଏହି ତୋରଣରେ କେବଳ ଜରି କାମ ନୁହେଁ, ସୋଲରେ ହେଉଥିବା କାରୁକାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି। ଏମିତିକ ଏଠାକାର ଦୋକାନୀମାନେ ମଧ୍ୟ ପଲିଥିନର ବ୍ୟବହାର କରୁନାହାଁନ୍ତି।

ସମ୍ବଲପୁର ଭଳି ଗୋଟିଏ ଛୋଟିଆ ଜିଲ୍ଲା ଓ ଏଠାକାର ଲୋକ ପଲିଥିନକୁ ଏଭଳି ଏକ ଅଭିନଭ ଉପାୟରେ ବର୍ଜନ କରି ପାରୁଛନ୍ତି ଓ ଏହାର ବିକଳ୍ପ ଚିନ୍ତା କରିପାରୁଛନ୍ତି ତାହା ବେଶ୍ ଆକର୍ଷଣୀୟ।
“ଖୁସି ଲାଗୁଛି ସବୁ ପୂଜା କମଟିମାନେ ଚଳିତବର୍ଷ ଏକ ଭଲ ଉଦ୍ୟମ କରିଛନ୍ତି। ପଲିଥିନ, ପ୍ଲାଷ୍ଟିକ ଏବଂ ଥର୍ମୋକୁଲର ବ୍ୟବହାର କରିନାହାଁନ୍ତି,” କହିଛନ୍ତି ସମ୍ବଲପୁର ବନଖଣ୍ଡ ଅଧିକାରୀ ସଞ୍ଜିତ କୁମାର ।

ସମ୍ବଲପୁର ମାନିଲା, ସ୍ମାର୍ଟ ସିଟି କେବେ?
ସମ୍ବଲପୁରବାସୀ ଯେଉଁ ଅଭିନବ ଉପାୟରେ ପଲିଥିନ ବର୍ଜନ କରିଛନ୍ତି ଓ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସଂକଳ୍ପ ନେଇଛନ୍ତି ତାହା ବାସ୍ତବିକ ବେଶ ପ୍ରଶଂସନୀୟ। ଯଦି ସମ୍ବଲପୁର ମାନିଲା ତେବେ ସ୍ମାର୍ଟ ସିଟି କେବେ?

















