ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତି ଭିତ୍ତିକ ଆରକ୍ଷଣ ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ମଙ୍ଗଳବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଗାଡ଼ି ଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରହିବ।

କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି, ଆରକ୍ଷଣ ବିରୋଧୀ ପାର୍ଟି, ପବ୍ଲିକ ପଲିଟିକାଲ ପାର୍ଟି, କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ଭଳି ଦଳ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସରକାରୀ ଚାକିରି ଏବଂ ଶିକ୍ଷା ବ୍ୟବସ୍ଥାରେ ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ତିନି ତିନି ଥର ଭାରତ ବନ୍ଦ ହୋଇସାରିଲାଣି। ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ବିହାର ଭଳି ରାଜ୍ୟରେ ବନ୍ଦର ବ୍ୟାପକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

Comment