ଓଡ଼ିଶାଲାଇଭ୍ ବ୍ୟୁରୋ

  • ଉତ୍ତର ଭୁବନେଶ୍ୱର କଲ୍ୟାଣ ମଣ୍ଡପ ବସ୍ତିରୁ ଆରମ୍ଭ ହେଲା ପଦଯାତ୍ରା
  • ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସଚେତନ କରିବାକୁ ଏହି ପଦଯାତ୍ରା

ବିଜେଡି ତରଫରୁ ଅନୁଷ୍ଠିତ ହୋଇଛି ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖର ପୁର କଲ୍ୟାଣ ମଣ୍ଡପ ବସ୍ତିରୁ ବୁଧବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରାର ଆୟୋଜନ କରାଯାଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ଲୋକଙ୍କ ସାଥୀରେ ଏବଂ ଲୋକଙ୍କ ପାଇଁ କାମ କରୁଛନ୍ତି। ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ଲୋକଙ୍କ ହିତ ପାଇଁ କରାଯାଇଛି। ଓଡ଼ିଶା ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା,” କହିଛନ୍ତି ନବୀନ ପଟ୍ଟନାୟକ।

ଅକ୍ଟୋବର ୨ରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା।

ପଦଯାତ୍ରା ସମୟରେ ବିଜେଡି ସରକାରର ଲୋକାଭିମୁଖ୍ୟ କାର୍ଯ୍ୟକ୍ରମ ବିଶେଷ କରି ‘ଆମ ଗାଁ ଆମ ବିକାଶ’, ‘ଆମ ସହର ଆମ ଉନ୍ନତି’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ‘ଖାଦ୍ୟ ସୁରକ୍ଷା ଯୋଜନା’ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିଥିଲେ।

ପଦଯାତ୍ରା କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରିୟଦର୍ଶି ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comment