ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କିଙ୍ଗ୍‌ ଖାଁ ଶାହରୁଖ ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଶୁକ୍ରବାର ସେ ତାଙ୍କର ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଏଥିସହ ସେ ତାଙ୍କ ଜନ୍ମଦିନରେ ‘ମନ୍ନତ’ ସାମ୍ନାରେ ଫ୍ୟାନ୍‌ମାନଙ୍କ ପାଇଁ ୩୦ ହଜାର ପ୍ୟାକେଟ୍ ଲେଜ୍‌, କୋଲ୍ଡଡ୍ରିକ୍ସ ଏବଂ ମିନେରାଲ ପାଣିର ବ୍ୟବସ୍ଥା କରିଥିଲେ। ୧୯୬୫ ନଭେମ୍ବର ୨ରେ ଶାହରୁଖ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ।

ଟିଭି ସିରିଏଲ୍‌ରୁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାପରେ ସେ ପାଦ ଥାପିଥିଲେ ବଲିଉଡ୍‌ରେ। ୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ ୧୯ ବର୍ଷ ବୟସ୍କ ଶାହରୁଖ ୧୪ ବର୍ଷ ବୟସ୍କା ଗୌରୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲେ।

ସେ ସମୟରେ ଗୌରୀଙ୍କୁ ନେଇ ତାଙ୍କର ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏହାପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ। ୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ କରିଥିଲେ ବିବାହ।

ତା’ପରେ ୧୯୯୧ ଅକ୍ଟୋବର ୨୫ରେ ହିନ୍ଦୁ ରୀତିରେ ମଧ୍ୟ ବିବାହ କରିଥିଲେ। ସେହିବର୍ଷ ଶାହରୁଖ୍‌ଙ୍କ ପ୍ରଥମ ଫିଲ୍ମ ‘ଦିଲ୍‌ ଆଶାନା’ ନିର୍ମିତ ହୋଇଥିଲା। ତେବେ ତାହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇ ନ ଥିଲା।

୧୯୯୨ରେ ଶାହାରୁଖ୍‌ଙ୍କ ଦ୍ୱିତୀୟ ଫିଲ୍ମ ଦିୱାନା’ ରିଲିଜ୍‌ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ବଲିଉଡ୍‌ରେ ଚହଳ ପକାଇଥିଲା।

୨୦୧୧ରେ ଶାହରୁଖ୍‌ଙ୍କ ସହିତ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲେ ମଧ୍ୟ ଶାହରୁଖ୍‌ଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସି ନ ଥିଲା।

ଏହାଛଡ଼ା ଶାହରୁଖଙ୍କ ଜନ୍ମଦିନ ଅବସରରେ ତାଙ୍କ ଅଭିନୀତ ଫିଲ୍ମ ‘ଜିରୋ’ର ଟ୍ରେଲର ମଧ୍ୟ ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଡିସେମ୍ବର ୨୧ ତାରିଖରେ ରିଲିଜ୍‌ ହେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here