ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପି ଗାଁରେ ମଙ୍ଗଳବାର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।

ହାତୁଡ଼ିରେ ଛେଚି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ପେସାରେ କବାଡ଼ିବାଲା ବୋଲି ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପି ଗାଁରେ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ନାଁ ବାଳକୃଷ୍ଣ ସାହୁ। ୩୫ ବର୍ଷିୟ ବାଳକୃଷ୍ଣଙ୍କ ଘର ଚମ୍ପେତପୁରରେ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଲୁଣିଢ଼ିପି ଗାଁର ମୁଖ୍ୟ ରାସ୍ତାକଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଳକୃଷ୍ଣଙ୍କ ମୁହଁ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାଛଡ଼ା ମୃତଦେହ ନିକଟରେ ପଡ଼ିଥିବା ହାତୁଡ଼ିକୁ ପୋଲିସ ଜବତ କରିଛି।

ସ୍ଥାନୀୟ ପୋଲିସ କହିବାନୁସାରେ, କେହି ଦୁର୍ବୃତ୍ତ ଲୁଟ୍‌ କରିବା ପରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

Comment