ଓଡ଼ିଶାଲାଇଭ୍ ବ୍ୟୁରୋ
ନାଲକୋ ପକ୍ଷରୁ ରାଜ୍ୟସ୍ତରୀୟ ‘ଗ୍ରୀନ୍ ଆୱାର୍ଡ’ ର ଘୋଷଣା ଶୁକ୍ରବାର କରାଯାଇଛି। ‘ନାଲକୋ ଗ୍ରୀନ୍ ଆୱାର୍ଡ ଫର ଇଞ୍ଜିନିୟରିଂ ଏକ୍ସିଲେନ୍ସ’ ପୁରସ୍କାରଟି ଇଞ୍ଜିନିୟରିଂ ଦିବସ ଉପଲକ୍ଷେ ପ୍ରଦାନ କରାଯିବ।
ଓଡ଼ିଶାର ପ୍ରଗତି ପାଇଁ ବୈଷୟିକ ଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ହେଉଛି ଏହି ଆୱାର୍ଡର ଉଦ୍ଦେଶ୍ୟ।
ନାଲକୋ ଗ୍ରୀନ୍ ଆୱାର୍ଡସ ୨୦୧୮ରେ ପୁରସ୍କାର ସ୍ୱରୂପ ପ୍ରଥମ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ଓ ମାନପତ୍ର, ଦ୍ୱିତୀୟ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଓ ମାନପତ୍ର ଏବଂ ତୃତୀୟ ବିଜେତାଙ୍କୁ ୫୦ ହଜାର ଓ ମାନପତ୍ର ପ୍ରଦାନ କରାଯିବ।
ଏହି ପୁରସ୍କାର ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିହେବ। ଆବେଦନର ଶେଷ ତାରିଖ ୮ ଡିସେମ୍ବର ଯାଏଁ ରହିଛି। ଇଚ୍ଛୁକ ଇଞ୍ଜିନିୟରମାନେ କମ୍ପାନିର ୱେବସାଇଟ୍ ଜରିଆରେ ଅନଲାଇନ ଆବେଦନ କରିପାରିବେ।

















